ଅସାଧୁ ଉପାୟ ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ ତହସିଲଦାରଙ୍କ ସାଧୁ ଉଦ୍ୟମ

0

ଲୋକଙ୍କ ଉଦ୍ଦେଶ୍ୟରେ ଜାରି କଲେ ସଚେତନତା ଧର୍ମୀ ସୂଚନା 

(ଗୁଣପୁର/ ସିଦ୍ଧାର୍ଥ ଦାଶ) – ରାଜ୍ୟରେ ପ୍ରକାଶ ପାଉଥିବା ସମସ୍ତ ସରକାରୀ କାର୍ଯ୍ୟାରେ ନିଯୁକ୍ତି ନିମନ୍ତେ ଆବେଦନ ଏବଂ କର୍ମନିଯୁକ୍ତି ସଂସ୍ଥାନରେ ନାମ ପଞ୍ଜିକରଣ କରିବା ନିମନ୍ତେ ସରକାରଙ୍କ ରାଜସ୍ୱ ବିଭାଗ  ତହସିଲ କାର୍ଯ୍ୟାଳୟ ପକ୍ଷରୁ ବାସିନ୍ଦା ପ୍ରମାଣପତ୍ର,ବାର୍ଷିକ ଆୟ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ,ଆବଶ୍ୟକ ସ୍ଥଳେ ସତ୍ଵାଧିକାରୀ ପ୍ରମାଣ ପତ୍ର ର ଆବଶ୍ୟକତା ରହୁଛି । ଏଥି ନିମନ୍ତେ ବେକାର ଶିକ୍ଷିତ ବିଦ୍ୟାର୍ଥୀ ଙ୍କୁ ବହୁବାର ରାଜସ୍ୱ କର୍ମଚାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ି ବାକୁ ପଡୁଥିବା ଏବଂ ଏହି ପ୍ରମାଣ ପତ୍ର ପାଇବା ନିମନ୍ତେ ଅନେକେ କିଛି ଅସାଧୁ ଉପାୟ ଅବଲମ୍ବନ କରିବାକୁ ପଡୁଥିବା ଏମିତି କି କିଛି କର୍ମଚାରୀ ଏଥି ନିମନ୍ତେ ହାତଗୁଞ୍ଜ। ମାଗୁଥିବା ଅଭିଯୋଗ ପାଇବା ପରେ ଗୁଣପୁର ତହସିଲଦାର ଶ୍ରୀ ଲଷ୍ମୀ ନାରାୟଣ ସାବତ ଏନେଇ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ପ୍ରତି ପ୍ରମାଣ ପତ୍ର ନିମନ୍ତେ ପ୍ରତ୍ୟେକ ବର୍ଷ ଆବେଦନ କରିବାକୁ ପଡ଼ୁଥିବାରୁ ଏନେଇ ମଧ୍ୟ ଅନେକ କ୍ଷେତ୍ରରେ ଆବେଦନ କାରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଶ୍ରୀ ସାବତ ଙ୍କ ନଜରକୁ ଆଣିବା ପରେ ତହସିଲଦାର ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କେଉଁ ପ୍ରମାଣପତ୍ର ପାଇବା ନିମନ୍ତେ କିଭଳି ଆବେଦନ କରିବାକୁ ହେବ, କେଉଁ ପ୍ରମାଣପତ୍ର କେତେ ଦିନ ମଧ୍ୟରେ ଆବେଦନକାରୀ ପାଇପାରିବେ,ଏବଂ ଏହି ପ୍ରମାଣ ପତ୍ରର ଅବଧି କେତେଦିନ ଏହାର ଏକ ବିଷଦ ତଥ୍ୟ ସହ ସୂଚନା ଦେଇଛନ୍ତି । ସେ ତାଙ୍କ ବାର୍ତ୍ତା ରେ କହିଛନ୍ତି କି ବାସିନ୍ଦା ପ୍ରମାଣ ପତ୍ର ର ଅବଧି 5ବର୍ଷ,ବାର୍ଷିକ ଆୟ ପ୍ରମାଣ ପତ୍ର ର ଅବଧି 3 ବର୍ଷ ଏବଂ ଜାତିଗତ ପ୍ରମାଣ ପତ୍ର ନିମନ୍ତେ କୌଣସି ଅବଧି ନାହିଁ । ଏଭଳି ସତ୍ଵାଧିକାରୀ ପ୍ରମାଣ ପତ୍ର ନିମନ୍ତେ କୌଣସି ଅବଧି ନଥିଲେ ମଧ୍ୟ ଯଦି କିଛି ଏନେଇ ଅଭିଯୋଗ ଥାଏ ତେବେ ଏହାକୁ ପୁନଃ ଯାଞ୍ଚ  କରାଯିବ । ବିଦ୍ୟାଳୟରେ ବିଦ୍ୟାର୍ଥୀ ଙ୍କ ନିମନ୍ତେ ସେମାନେ ନିଜେ ଏକ ଅଣ୍ଡାରଟେକିଙ୍ଗ ମାଧ୍ୟମରେ ସେମାନଙ୍କ ବାସିନ୍ଦା ପ୍ରମାଣ ଦେଇ ପାରିବେ । 

ଆବେଦନକାରୀ  ବାର୍ଷିକ ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ସେମାନେ ଆବେଦନ କରିବାର 15 ଦିନ ମଧ୍ୟରେ ଏବଂ ଜାତିଗତ ଓ ସତ୍ଵାଧିକାରୀ ପ୍ରମାଣ ପତ୍ର 1 ମାସ ମଧ୍ୟରେ ପାଇପାରିବେ । ସରକାରଙ୍କ ପକ୍ଷରୁ ଏଭଳି ସମୟ ପ୍ରଦାନ କରାଯାଇଥିବାରୁ ଆବେଦନକାରୀ ଅଯଥା କାହା ନିକଟକୁ ଦୌଡ଼ିବା ଆବଶ୍ୟକ ନାହିଁ କିମ୍ବା କିଛି ଅସାଧୁ ଉପାୟ ଆପଣେଇବାର ଆବଶ୍ୟକତା ନାହିଁ।ଯଦି ଏଥିରେ କିଛି ବ୍ୟତିକ୍ରମ ହୁଏ କିମ୍ବା ଏନେଇ ଯଦି ତାଙ୍କ ଅଧିନସ୍ଥ  କୌଣସି କର୍ମଚାରୀ କିଛି ହାତଗୁଞ୍ଜ। ମାଗନ୍ତି ତେବେ ତାଙ୍କ ନଜରକୁ ଆଣିଲେ ଏନେଇ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଶ୍ରୀ ସାବତ ଙ୍କ ଏଭଳି ପଦକ୍ଷେପ ଏବଂ ଜମି କିମ୍ବା ଘରବାରୀ  ରେଜିଷ୍ଟ୍ରେସନ କରିବାର ଉକ୍ତ ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରୁଥିବା ପ୍ରକ୍ରିୟା ଓ ହସ୍ତାନ୍ତର ଯୋଗ୍ୟ ନୁହଁ ଲେଖା ଥିବା ସମସ୍ତ ପଟ୍ଟା ଗୁଡିକ ରୟତି ପଟ୍ଟା ଭାବେ ବଦଳାଇ ପଟ୍ଟା ପ୍ରଦାନ କରିବା ପାଇଁ କରୁଥିବା ବ୍ୟବସ୍ଥା କୁ ସଧାରଣରେ ପ୍ରଶଂସା  କରାଯିବା ସହ ବୁଦ୍ଧିଜୀବି ମାନେ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.