ଅସହାୟ ଚତୁର୍ଭୁଜଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରଦୀପ ପୁରୋହିତ 

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଲସାପାଲି ପଂଚାୟତ ଅଧିନ ରେ ଯାଉଥିବା ଘନାମାଲ ଗ୍ରାମର ଚତୁର୍ଭୁଜ ମେହେରଙ୍କୁ ଆଜି କରୋନା ମହାମାରୀ ପାଇଁ ଯନ୍ତ୍ରଣା  ଘାରି ଦେଇଛି । ଏପଟେ ଲକଡାଉନ ସମୟ ରେ କାମ ଧନ୍ଦା ନ ମିଳିବାରୁ ଚତୁର୍ଭୁଜ ସଂପୂର୍ଣ୍ଣ ରୂପେ ନିଃସହାୟ। ହଠାତ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବହୁକଷ୍ଟରେ ନିଜ ସ୍ତ୍ରୀକୁ ଚିକିତ୍ସା କରାଇବାକୁ ଏ ଅଂଚଳର ବଡ ମେଡିକାଲ ବୁର୍ଲା କୁ ନେଇଥିଲେ। ହେଲେ କରୋନା ପ୍ରକୋପ ବୁର୍ଲାରେ ବଢ଼ିବାରେ ଲାଗିବାରୁ ବାଧ୍ୟହୋଇ ନିଜ ଭିଟାମାଟି ଘନାମାଲ କୁ ଚାଲିଆସିଥିଲେ। ପଲସାପାଲି ସରପଂଚ ଜାହ୍ନବୀ ମେହେର  ଏ ଖବର ପାଇ ଶ୍ରୀ ମେହେର ଙ୍କୁ ୧୪ ଦିନ ହୋମ କୋରୋନଟାଇନ ରେ ରହିବାକୁ ପରାମର୍ଶ ଦେବାରୁ ସେମାନେ ୧୬.୭.୨୦ ରୁ ୩୦.୭.୨୦ ପର୍ଯ୍ୟନ୍ତ ସରକାରୀ ନିୟମାନୁସାରେ ରହିବେ ହେଲେ ଖାଇବାକୁ ମୁଠାଏ ଦାନା ନାହିଁ ଘରେ । ଏପଟେ ସ୍ୱାମୀ ରୋଗିଣା ସ୍ତ୍ରୀଙ୍କ ସହ ପୁଅ ଓ ଝିଅ ଟିଏ ବିକଳାଙ୍ଗ। ଉପାୟ ନ ପାଇ ବାଧ୍ୟ ହୋଇ ଏଠାକାର ଉଦୀୟମାନ ସମାଜସେବୀ ନୀଳାଂଚଳ ଦରୁଆନ ଏବଂ ମେହେର ଅଶ୍ଵିନୀଙ୍କୁ ଡାକି ତାଙ୍କ ମନର କଥା କହିବାରୁ ତୁରନ୍ତ ନିଲାଞ୍ଚଲ ଦରଓ୍ବାନ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ  ପୁରୋହିତ ଙ୍କୁ ଫୋନ ଯୋଗେ ସମସ୍ତ ବିଷୟ ଅବଗତ କରିଥିଲେ । ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ତୁରନ୍ତ ସହାୟତାର ହାତ ବଢ଼େଇ ଅସହାୟ ମେହେର ପରିବାରଙ୍କୁ ରାହା ଦେଇଥିବାରୁ ଅଂଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି । ଏ ପରିପେକ୍ଷୀ ରେ ବରଗଡ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ ମେହେର, ସର୍ଗିବାହାଲ ବିଜେପି ମଣ୍ଡଳ ସଭାପତି ନିରାକାର ବରିହା, କୃଷକ ମୋର୍ଚ୍ଚାର ସଂପାଦକ ରାହାସ ବିହାରୀ ସାହୁ, ଅଶ୍ୱିନୀ ମେହେର ଓ ନିଲାଞ୍ଚଲ ଦରଓ୍ବାନ ପ୍ରମୁଖ ଚାଉଳ, ଡାଲି ଇତ୍ୟାଦି ରାସନ ସାମଗ୍ରୀ ଦଳ ତରଫରୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.