ବୄଦ୍ଧାଶ୍ରମର ଅନ୍ତେବାସୀଙ୍କ ପାଇଁ  ସହାୟତାର ହାତ ବଢ଼ାଇଲେ ସମାଜସେବୀ 

0

ପଦ୍ମପୁର-କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଛି  । ଏହି ମହାମାରୀର ପ୍ରଭାବ ଧନି ଗରିବ ଖଟିଖିଆ ସମସ୍ତଙ୍କ ଉପରେ ପଡିଛି ଏମାକୁ ଦୄଷ୍ଟିରେ ରଖି ପାଇକମାଲ ଅଞ୍ଚଳର ଯୁବ ସମାଜସେବୀ ରବିନାରାୟଣ ସାହୁ ନୄସିଂହନାଥ ସ୍ଥିତ ବୄଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ ପନ୍ଦର ଦିନର ରାସନ ସାମଗ୍ରୀ ତଥା ମାକ୍ସ, ସାବୁନ ଆଦି ପ୍ରଦାନ କରିଛନ୍ତି। ଏହା ସହ ନିଜ ପରିବେଶ ତଥା ନିଜେ ସ୍ୱଚ୍ଛ ରହିବା ପାଇଁ ବୁଝାଇଥିଲେ।  ମାସକୁ ଦୁଇଥର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା କରିବେ ବୋଲି ଯୁବ ସମାଜସେବୀ ରବିନାରାୟଣ ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

 

Leave A Reply

Your email address will not be published.