କୋରୋନା ଲଢେଇ ପାଇଁ ସହାୟତାର ହାତ ବଢ଼ାଇଲେ ଝାରସୁଗୁଡ଼ା ଶିକ୍ଷକ ଓ କର୍ମଚାରୀ ସମୁଦାୟ । 

0

http://www.youtube.com/watch?v=HB2Uhpp70l0

ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ପ୍ରଦାନ କଲେ ୩୨,୩୦,୧୦୦ ଟଙ୍କା 

ଝାରସୁଗୁଡ଼ା :(ସୁଭାଷ ସହାରେ) : କୋଭିଡ-19ର ମୁକାବିଲା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷକ ଓ କର୍ମଚାରୀ,ଜିଲ୍ଲା ଶିକ୍ଷକ ଅଧିକାରୀ, ବ୍ଲକ ଶିକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦ୍ବାରା ସଂଗୃହୀତ  ୩୨,୩୦,୧୦୦ ଟଙ୍କାକୁ ଏକ ଡ୍ରାଫ୍ଟ ଆକାରରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ କଳ୍ପନା ପଣ୍ଡାଙ୍କ କାର୍ଯ୍ୟାଳୟରେ ଝାରସୁଗୁଡ଼ାର ବିଭିନ୍ନ ବ୍ଲକ ତଥା ଜିଲ୍ଲା ସଂଗଠନର ଶିକ୍ଷକ ପ୍ରତିନିଧି  ଏବଂ ସହକାରୀ ବ୍ଲକ ଶିକ୍ଷା ଅଧିକାରମାନଙ୍କର ଏକ ପ୍ରତିନିଧି ଦଳ ପହଞ୍ଚି ଏହି ଡ୍ରାଫ୍ଟଟିକୁ ପ୍ରଦାନ କରିଥିଲେ। ଅପରାହ୍ନରେ ଜିଲ୍ଲା ଶିକ୍ଷକ ଅଧିକାରୀଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ହେମସାଗର ଚୌଧୁରୀ, ସମ୍ପାଦକ ରାଜକିଶୋର ଜେନା, ଓଷ୍ଟାର ସଭାପତି ଶ୍ରୀ ସଦାନନ୍ଦ ଦାଶ, ସମ୍ପାଦକ କିଶୋର କୁମାର ମହାନ୍ତି, ବ୍ଲକ ସଭାପତି ଅନିଲ ପଟେଲ ଓ ଅଶୋକ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କୁ ଉକ୍ତ ଡ୍ରାଫ୍ଟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ମହାନ କାର୍ଯ୍ୟକୁ ସଫଳ କରିବାରେ ଯେଉଁମାନେ ସହଯୋଗ କରିଥିଲେ, ସେମାନଙ୍କ ମଧ୍ୟରେ ଶ୍ରୀ ଲଳିତ କୁମାର ହୋତା, ସନ୍ୟାସୀ ପଟେଲ, ହରେକୃଷ୍ଣ ପଟେଲ, ଜଗଦୀଶ କିସାନ, କମଳ ପଟେଲ, ଶ୍ବେତାଂଶୁ ଦାଶ, ଚାନ୍ଦୁରାମ ଭୋଇ, ସୁମନ୍ତ ପଟେଲ, ଲିଙ୍ଗରାଜ ବେହେରା, ସୋମନାଥ ରାଉତ, ମୃତ୍ୟୁଞ୍ଜୟ ବିଶ୍ବାଳ, ପରମେଶ୍ଵର ପଟେଲ, ରାମକୃଷ୍ଣ ଦାଶ, ଲଳିନ୍ଦ୍ର ଗୋଖରା, ଶଶୀକାନ୍ତ ନାଏକ,ନବୀନ ନାଏକ, ଦେବେନ୍ଦ୍ର ରଣବୀଣା, ଛତ୍ରଲାଲ କିସାନ, ଅଶୋକ ସାହୁ, ପ୍ରମୋଦ ନାଏକ, ଜ୍ୟୋତିର୍ମୟୀ ବେହେରା, ଅଶ୍ବିନୀ ଦାଶ, ଦିଲ୍ଲୀପ ନାଏକ ତଥା ସମସ୍ତ ସିଆରସିସି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ଏହି ପାଣ୍ଠିକୁ ଝାରସୁଗୁଡ଼ା ବ୍ଲକ ତରଫରୁ ଟ ୮,୮୨,୫୦୦, ଲଇକେରା ବ୍ଲକ ତରଫରୁ ଟ ୨,୭୯,୫୦୦,ଲଖନପୁର ବ୍ଲକ ତରଫରୁ ଟ  ୬,୪୫,୨୦୦, କୋଲାବିରା ବ୍ଲକ ତରଫରୁ ଟ୨,୫୯,୦୦୦, କିରମିରା ବ୍ଲକ ତରଫରୁ ଟ  ୨,୫୪,୪୦୦ ତଥା ମାଧ୍ଯମିକ (ଓଷ୍ଟା),ଡିଇଓ ଓ ଡିପିସି କାର୍ଯ୍ୟାଳୟ ତରଫରୁ ଟ  ୯,୦୯,୫୦୦ ଟଙ୍କା ସଂଗୃହୀତ ହୋଇଥିଲା।  ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ବିପତ୍ତିର ମୁକାବିଲା ନିମନ୍ତେ ଏପର୍ଯ୍ୟନ୍ତ ଯେ କୌଣସି ସଂଗଠନ ଦ୍ଵାରା କରାଯାଇଥିବା ସବୁଠାରୁ ଅଧିକ ଦାନ ଏହି ସଂଗଠନ କରିଛି। ଜିଲ୍ଲାପାଳ ଶ୍ରୀ ସାମଲ ଶିକ୍ଷା ବିଭାଗର ଏହି କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.