ଆଜି ସୁସ୍ଥ ହେଲେ ୪୦୧ ଜଣ ଆକ୍ରାନ୍ତ

0

ଭୁବନେଶ୍ୱର( ଶାସକ ପ୍ରଶାସକ)  : କରୋନା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରଚେଷ୍ଟା କାରଣରୁ ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୪୦୧  ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦୮୭୭  କୁ ବୃଦ୍ଧି ପାଇଛି | ଆଜି ସୁସ୍ଥଙ୍କ ମଧ୍ୟରେ ୯୮ଜଣ ଯାଜପୁରରୁ, ୮୪ଜଣ ଗଂଜାମରୁ, ୪୬ଜଣ ସୁନ୍ଦେରଗଡ, ୩୬ଜଣ ଗଜପତି, ୩୦ଜଣ ଝାରସୁଗୁଡ଼ାରୁ, ୧୭ଜଣ କେନ୍ଦୁଝର, ମାଲକାନଗିରି ଓ ଜଗତସିଂହପୁରରୁ, ୧୨ଜଣ ଖୋର୍ଦ୍ଧାରୁ, ୮ଜଣ ଅନୁଗୁଳରୁ, ୭ଜଣ ସୋନପୁରରୁ, ୬ଜଣ ବରଗଡରୁ, ୫ଜଣ ଲେଖାଏ ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ, ୪ ଜଣ ଢେଙ୍କାନାଳରୁ, ୩ଜଣ ଲେଖାଏ ଭଦ୍ରକ ଓ  ବାଲେଶ୍ୱରରୁ, ୨ଜଣ କଟକରୁ ଓ  ଜଣେ ପୁରୀରୁ ସୁସ୍ଥ ହୋଇଛନ୍ତି |  

Leave A Reply

Your email address will not be published.