ଏନକାଉଣ୍ଟର : ହାଇଦରର  ଦୁର୍ଦ୍ଦାନ୍ତ  ସହଯୋଗୀ ଲାଲା ଆହତ 

0
11-05-18-ENCOUNTER.jpg - 95.16 kB
କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲଙ୍କ ରିପୋର୍ଟ : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏନ୍‌କାଉଣ୍ଟରରେ ହାଇଦର ଗ୍ୟାଙ୍ଗର ମୁଖ୍ୟ ଶୁଟର ବା ଦୁର୍ଦ୍ଦାନ୍ତ ଅପରାଧି ଲାଲା ଆହତ ହୋଇଛି  l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା ଓରଫ ମୁଜାମିଲର  ବାମ ଗୋଡରେ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ପଠାଯାଇଛି। ଲାଲା  ନିକଟରୁ ଗୋଟିଏ ବନ୍ଧୁକ ଓ ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଜିଲ୍ଲାର ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ପି.କେ. କାନୁନ୍‌ଗୋ ଏକ ଡକାୟତି ମାମଲାର ଅଭିଯୁକ୍ତଙ୍କୁ ଧରିବା ପାଇଁ ମଙ୍ଗଳବାର ରାତିରେ ପାରାଦୀପ ଯାଇଥିଲେ। ସେଠାରେ ତାଙ୍କୁ ସେକ୍‌ ଲାଲା ହଳଦିଆଠାରେ ରହିଥିବା ସୂଚନା ମିଳିଥିଲା। ଖବର ପାଇ ପୋଲିସ ସଦର ଥାନା ଅନ୍ତର୍ଗତ ଅଳାବାଙ୍କ-ହଳଦିଆ ରାସ୍ତାରେ ଚଢ଼ାଉ କରିଥିଲା। ସେଠାରେ ପୋଲିସ ଓ ଲାଲାଙ୍କ ମଧ୍ୟରେ ୫ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଏଥିରେ ଗୋଟିଏ ଗୁଳି ଲାଲାଙ୍କ ଗୋଡରେ ବାଜିଥିଲା। ଏନ୍‌କାଉଣ୍ଟରରେ ସଦର ଥାନା ଅଧିକାରୀ କାବୁଲି ବାରିକ ଓ ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ କାନୁନ୍‌ଗୋ ସାମିଲ ଥିଲେ।
ପ୍ରକାଶ ଯେ, ୨୦୧୦ରୁ ସେକ୍‌ ଲାଲା ଅପରାଧ ଦୁନିଆରେ ପାଦ ଥାପିବା ସହ ଜିଲାରେ ଆତଙ୍କ ଖେଳାଇ ଆସୁଥିଲେ । ଲାଲା  ନାମରେ ଯାଜପୁର , କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାରେ ୩୦ରୁ ଊର୍ଦ୍ଧ୍ୱ ରାହାଜାନି, ଡକାୟତି, ହତ୍ୟା, ଟେଣ୍ଡର ଫିକ୍ସିଂ ପରି ମାମଲା ରହିଛି। ତେବେ ୨୦୧୬ ଅଗଷ୍ଟ ୧୫ ତାରିଖରେ ହଳଦିଆଠାରେ ହଳଦିଆ ଗ୍ରାମର ଅବଦୁଲ ଗନିଙ୍କୁ ହତ୍ୟା କରିବା ନିମନ୍ତେ ଗୁଳିଚାଳନା ଓ ୨୦୧୭ ଜାନୁୟାରୀ ୧ରେ ଉକ୍ତ ଗ୍ରାମର ଶ୍ରୀଧର ହତ୍ୟା ମାମଲାରେ ସେକ ଲାଲା ବେଶ ଚର୍ଚ୍ଚାକୁ ଆସିଥିଲେ |

 

 

 
Leave A Reply

Your email address will not be published.