ବିଜେଡି ବିଧାୟକ ବେଦ ଅଗ୍ରୱାଲଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର 

0

ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇ ଭାଙ୍ଗିଦେଲେ   

11-05-18-KENDRAPARA.jpg - 61.52 kB

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : କଥାରେ ଅଛି ସତ କହିଲେ ସତୀ ବିଗିଡେ | ଆଉ ସେଭଳି ସତକୁ କ୍ୟାମେରାରେ ଉତ୍ତୋଳିତ କଲାବେଳେ ନେତାଙ୍କ ଆଉ ନେତାଙ୍କ କୁଜି ନେତା ସାଜିଥିବା ଚମଚାଙ୍କ ପଛ ଯନ୍ତ୍ରଣା ହୁଏ | ଆଉ ସବୁଠାରୁ ଦୁଃଖର କଥା ହେଉଛି, ଜଣେ ବରିଷ୍ଠ ବିଜେଡି ବିଧାୟକଙ୍କ ଉପସ୍ଥିତିରେ କିଛି ଅସାମାଜିକ ଲୋକ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରୁଛନ୍ତି ଆଉ ତାଙ୍କ ମୋବାଇଲ ଛଡାଇନେଇ ଭାଙ୍ଗି ଦେଉଛନ୍ତି …ଆଉ ବିଧାୟକ ନିରବ ଦ୍ରଷ୍ଟା ସାଜୁଛନ୍ତି | ଏହାର ମାନେ ବିଧାୟକଙ୍କ ଏହି ଆକ୍ରମଣ ପ୍ରତି ସମର୍ଥନ ଅଛି | 

 ଡେରାବିଶ୍ ବ୍ଲକରେ ପଞ୍ଚାୟତ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିଲେ କିଛି ଗଣମାଧ୍ୟମର ସାମ୍ବାଦିକ ସେଠି ହୋଇ ଥିଲେ ଦୁର୍ବ୍ୟବହାର ର ଶିକାର । ବ୍ଲକର ଉପର ମହଲାରେ କାର୍ଯ୍ୟକ୍ରମ ହେଉଥିବା ବେଳେ ଠିକ କାର୍ଯ୍ୟକ୍ରମର ଶେଷ ସମୟରେ ତଳେ ଶୁଭିଥିଲା ଗଣ୍ଡଗୋଳ ର ହୋ ହାଲ୍ଲା ଶବ୍ଦ । ଏ ନେଇ ଆମ ପ୍ରତିନିଧି ଙ୍କ ସହ ଅନ୍ୟ ଏକ ଗଣମାଧ୍ୟମର ପ୍ରତିନିଧି ମୋବାଇଲ ସାହାଯ୍ୟରେ ନେଇଥିଲେ ସେହି ଗଣ୍ଡଗୋଳ ର ଭିଜୁଆଲ । କିନ୍ତୁ ଭିଜୁଆଲ ନେବାରୁ ଗଣ୍ଡଗୋଳକାରୀ ଉତ୍ୟକ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡାଇ ନେଇ ଭାଙ୍ଗି ଦେଇଛନ୍ତି । ଏଠି ଦେଖିବାର କଥା ଏହି କାର୍ଯ୍ୟକ୍ରମ ରେ ପାଟକୁରା ବିଧାୟକ ମହୋଦୟ ଉପସ୍ଥିତ ରହିଥିବା ବେଳେ ଗଣମାଧ୍ୟମ ସାମ୍ବାଦିକ  ହେଲେ ଦୁର୍ବ୍ୟବହାର ର ଶିକାର । ହେଲେ ଏଠି ପ୍ରଶ୍ନ ଉଠେ ବିଧାୟକ ଙ୍କ ଉପସ୍ଥିତିରେ ଯେଉଁଠି ସାମ୍ବାଦିକ ଙ୍କୁ କରାଯାଉଛି ଦୁର୍ବ୍ୟବହାର ସେଠି ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ ଆଉ କେତେ ସୁରକ୍ଷିତ ଥିବ ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇପଡୁଛି ।

 

Leave A Reply

Your email address will not be published.