ଖେଳିବା ବୟସରେ ଶଯ୍ୟାଶାୟୀ ନନ୍ଦିନୀ

0

ବରଗଡ ;- ନନ୍ଦିନୀ ଜାଲ  , ବୟସ ମାତ୍ର 16 ବର୍ଷ ।  ପିତା ଶିବ ପ୍ରସାଦ ଜାଲ , ଘର କଲୋନୀ ପଡା,ବରଗାଁ,ବରଗଡ । 

ଅତି ଗରିବ ହୋଇଥିବା ରୁ ଅନ୍ୟ ର ମୁଳ ଲାଗି ପରିବାର ପ୍ରତିପୋଷଣ କରନ୍ତି ଶିବ ପ୍ରସାଦ। ତାଙ୍କ କମାରେ ଝିଅ ବି ସାହାଯ୍ୟ କରେ ।ହଠାତ୍ ଦିନେ ଧାନ ମଡାଉ ଥିବା ବେଲେ ଥ୍ରେସର ମେସିନ ରେ ନନ୍ଦିନୀ ର ମୁଣ୍ଡ ର ଛୁଟି ଲାଗି ଯାଇ ମୁଣ୍ଡ ର ଖପୁରୀ ଓ ମାଂସ ଅଲଗା ହୋଇଯାଇଥିଲା।ବହୁତ ରକ୍ତ ଶ୍ରାବ ହେଲା ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ସେ ପହଞ୍ଚିଲେ କଟକ ବଡ ଡାକ୍ତରଖାନା।ଧାର ଉଧାର କରି କଷ୍ଟେ ମଷ୍ଟେ ଚିକିତ୍ସା କରାଇଲେ ।ଏବେ ଝିଅ ର ଅପରେସନ ହେବ । କଟକ ଯିବା ପାଇଁ କି ସେଠାରେ ରହି ଚିକିତ୍ସା କରାଇବାର ଓ ରହିବା ପାଇଁ ବି ସମ୍ବଳ ନାହିଁ । ବରଗାଁ ର ମନୋଜ ସାହୁ ଏବଂ ସାମ୍ବାଦିକ ପ୍ରଦିପ ମହାନ୍ତି ଓ ରଂଜନ ଦେବତା ଙ୍କ ଠୁ ଏହି ଖବର ବରଗଡ଼ର ସ୍ବେଛାସେବୀ ସଂସ୍ଥା  ନିଷ୍ଠା ପରିବାର ଜାଣିବାକୁ ପାଇଲା । ତୁରନ୍ତ ନିଷ୍ଠା ପରିବାର ସଭ୍ୟ ମାନେ ତତ୍ପରତା ପ୍ରକାଶ କରି  ନନ୍ଦିନୀ ଙ୍କ ଘର ପାଇଁ କିଛି ଶୁଖିଲା ରାସନ ସାମଗ୍ରୀ ଏବଂ ଚାଉଳ  ପରିବାର କୁ ପ୍ରଦାନ କରିବା ସହିତ ବରଗଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ  ଯୋଗେ ଆଣି B+VE ରକ୍ତ ମଧ୍ୟ ପ୍ରଦାନ କରାଇଥିଲେ ।  ଆଜି ନିଷ୍ଠା ପରିବାର ତରଫରୁ ସଭାପତି ରକ୍ଷପାଲ ସାହୁ ସଂପାଦକ ଅଶ୍ବିନୀ ତ୍ରିପାଠୀ ଏବଂ କ୍ଷୀରୋଦ୍ର ସାହୁ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ନନ୍ଦିନୀ କୁ କଟକ ବଡ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ନନ୍ଦିନୀ ସଂପୁର୍ଣ ଭାବେ ଭଲ ହୋଇ ଘରକୁ ଫେରୀଆସୁ ବୋଲି ନିଷ୍ଠା ପରିବାର ର ସମସ୍ତ ସଭ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.