ବରଗଡରୁ ଆଜି ୩୧ ଜଣ କରୋନା ରୋଗୀ 

0

ବରଗଡ :-  ଦିନକୁଦିନ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଆଜି  ବରଗଡ଼ ଜିଲ୍ଳାରେ  ୩୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି  । ଏହି ୩୧ ଜଣଙ୍କର ମଧ୍ୟରୁ   ୧୧ ଜଣ ମହିଳା, ୧୮ ଜଣ ପୁରୁଷ ଓ ୨ ଜଣ ଶିଶୁ ଥିବା ଜଣାପଡ଼ିଛି। ବରଗଡ଼ ନିକଟସ୍ଥ କଟାପାଲି ଗାଁର  ୧୫ ଜଣ ସଂକ୍ରମିତ  ଥିବା ବେଳେ ବରଗଡ଼ ସହରରୁ ଆଠ ଜଣ, ପଦ୍ମପୁର ବ୍ଳକ କନସିଂହା ଗ୍ରାମର ଜଣେ , ଗାଇସିଲେଟ ବ୍ଳକ ଜାମୁଟବାହାଲର ଗ୍ରାମର ୨ ଜଣ, ବରପାଲି ଏନଏସି ଅଂଚଳରୁ ୨ ଜଣ, ଅତାବିରା ବ୍ଳକ ଜହ୍ନାପଡ଼ା ଓ ଭାଲୁପାଲି ଗ୍ରାମରୁ ଜଣେ ଲେଖାଏଁ ଏବଂ ବରଗଡ଼ ସିମେଣ୍ଟ ନଗରର ଜଣେ ସଂକ୍ରମିତ ରହିଛନ୍ତି । ସଂକ୍ରମିତ ମାନେ ଠାବ ହେଇଥିବା ଅଂଚଳ ଗୁଡିକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରାଯାଇଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣି ଦାଶ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.