ଚିପିଲିମା ଅଞ୍ଚଳରେ ଜଣେ କରୋନା ପୋଜିଟିଭ ଚି଼ହ୍ନଟ !

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଚିପିଲିମାରେ ଗତ ୩ତାରିଖ ଜଣେ ଭିସୁଟ ଯୁବକର୍ମଚାରୀଙ୍କ କରୋନା ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ,ଆଜି ଚିପିଲିମାରେ ପୁଣି ଜଣେ ୭୦ ବର୍ଷିୟା ମହିଳାଙ୍କ କରୋନା ଚିହ୍ନଟ ହୋଇଛନ୍ତି  । ଚିହ୍ନଟ ପରେ ସଂକ୍ରମିତ ମହିଳାଙ୍କୁ ସଂଧ୍ୟାରେ କୋଭିଡ ହସପିଟାଲ ପଠାଇ ଦିଆଯାଇଛି। ହେଲେ ମହିଳାଙ୍କ ସଂକ୍ରମଣରେ ଭିସୁଟ ଲିଙ୍କ ରହିଛି ନା ଅନ୍ୟ ଲିଙ୍କ ରହିଛି ସ୍ବଷ୍ଟ ହୋଇ ନଥିବାବେଳେ,ତଦନ୍ତ ଜାରି ରହିଛି।କନଟ୍ରାକ୍ଟ ଟ୍ରେସିଂ ପରେ ମହିଳା ଜଣକ କାହାକାହା ସଂସ୍ବର୍ଶରେ ଆସିଛନ୍ତି ଜଣାପଡିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।କନ୍ଟ୍ରାକ୍ଟ ଟ୍ରେସିଃ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଥିବାବେଳେ,ଏନେଇ ଚିପିଲିମା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସ୍ଥାନୀୟ ସ୍ବାସ୍ଥ୍ୟ କର୍ମଚାରୀ , ଆଶା,ଅଙ୍ଗନବାଡୀ କର୍ମୀ ଘରଘର ବୁଲି କନ୍ଟ୍ରାକ୍ଟ ଟ୍ରେସିଂ କରିବେ ।

Leave A Reply

Your email address will not be published.