ଭୁବନେଶ୍ୱର : ରାଜ୍ୟ ସରକାର ରାଜ୍ୟର ୫ ଟି ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ ଗ୍ରସ୍ତ ତାଲିକାରୁ ବାଦ ଦେଇଛନ୍ତି | ତିନି ଦଶନ୍ଧି ଧରି ଓଡିଶାର ଅନେକ ଜିଲ୍ଲା ବାମପନ୍ଥୀ ଉଗ୍ରବାଦ ଦ୍ୱାରା ତ୍ରସ୍ତ ହୋଇଥିବା ବେଲେ ୨୦୧୨ରେ ୧୯ ଟି ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦଗ୍ରସ୍ତ ଜିଲ୍ଲା (ଏସଆରଇ ଡିଷ୍ଟ୍ରିକ୍ଟ )ତାଲିକାରେ ସାମିଲ କରିଥିଲେ | ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସର୍ବୋପରି ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ସ୍ଥିତିରେ ଉନ୍ନତି ଆସିଛି | ୨୦୧୮ ମସିହାରେ ମଧ୍ୟରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ , ଗଜପତି ଓ ଗଂଜାମ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ମୁକ୍ତ ବୋଲି ଘୋଷଣା କର କେନ୍ଦ୍ର ସରକାରଙ୍କ ଏସଆରଇ ଡିଷ୍ଟ୍ରିକ୍ଟ ତାଲିକାରୁ ବାଦ ଦିଆଯାଇଥିବା ବେଲେ ପୁଣି ବର୍ତ୍ତମାନ ରାଜ୍ୟ ସରକାର ୫ଟି ଜିଲ୍ଲାକୁ ଏସଆରଇ ଡିଷ୍ଟ୍ରିକ୍ଟ ତାଲିକାରୁ ବାଦ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ସେହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ , ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ . ତେଣୁ ମୋର ୧୧ଟି ଜିଲ୍ଲା ଦୁଇ ବର୍ଷ ମଧ୍ୟରେ ଏସଆରଇ ଡିଷ୍ଟ୍ରିକ୍ଟ ତାଲିକାରୁ ବାଦ ପଡିଛନ୍ତି | ଏହା ରାଜ୍ୟ ସରକାରଙ୍କ ପୋଲିସ କାର୍ଯ୍ୟକଳାପର ପ୍ରଭାବ ଓ ବିକାଶମୂଳକ ପଦକ୍ଷେପ ଯୋଗୁ ସମ୍ଭବ ହୋଇଛି ବୋଲି ସରକାରଙ୍କ ପକ୍ଷରୁ ରୁ କୁହାଯାଇଛି | ମାଓବାଦୀଙ୍କ ଅପେକ୍ଷା ଲୋକମାନେ ରାଜ୍ୟ ସରକାରଙ୍କ ଉପରେ ଅଧିକ ଭରସା କରିଛନ୍ତି ଓ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକଳାପ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଥିବା ଜଣାପଡିଛି | ଆଗାମୀ ଦିନରେ ରାଜ୍ୟକୁ ବାମପନ୍ଥୀ ଉଗ୍ରବାଦ ମୁକ୍ତ କରିବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଡିଜି ଅଭୟ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post