ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ 

0

ତାଲିକାରେ ସାମିଲ ଅତନୁ, ଅରୁଣ, ପ୍ରତାପ, କଳିକେଶ, ପ୍ରୀତିରଞ୍ଜନ ,ନବ, ସରୋଜିନୀ, ଶଶୀ, ରୋହିତ 

 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବିଜୁ ଜନତା ଦଳରେ ହୋଇଛି ସାଙ୍ଗଠନିକ ନିଯୁକ୍ତି |  ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ | ଏହି ତାଲିକାରେ ସ୍ଥାନ ପାଇଛନ୍ତି  ଦଳର ପ୍ରମୁଖ ଟାଣୁଆ ନେତା ଅତନୁ, ଅରୁଣ, ପ୍ରତାପ, କଳିକେଶ, ପ୍ରୀତିରଞ୍ଜନ ,ନବ, ସରୋଜିନୀ, ଶଶୀ, ରୋହିତଙ୍କ ସମେତ ୧୫ ଜଣ | ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ସୁମିତ୍ରା ଜେନା ମଧ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ  ହୋଇଛନ୍ତି |

ଆଜି ଦଳ ପକ୍ଷରୁ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ କୁମାର ମଙ୍ଗରାଜଙ୍କ ଦସ୍ତଖତରେ ଜାରି ହୋଇଥିବା ଦଳୀୟ ରିଲିଜ ଅନୁଯାୟି ଦଳର ସଭାପତି ୧୫ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ମାନଙ୍କ ଭଳି  ସ୍ୱତନ୍ତ୍ର ଦାୟିତ୍ୱ ଯୁକ୍ତ ବରିଷ୍ଠ  ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ | ଆଜି ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ସାଧାରଣ ସମ୍ପାଦକ ମାନେ ହେଲେ ଡ଼ ନୃସିଂହ ସାହୁ(ଆଂଚଳିକ ବିକାଶ), ଅଶୋକ ପଣ୍ଡା(ସାମାଜିକ କଲ୍ୟାଣ), କଳିକେଶ ନାରାୟଣ ସିଂହଦେଓ (ସାମାଜିକ କଲ୍ୟାଣ), ଇଂ ପ୍ରିତିରଞ୍ଜନ ଘଡ଼ାଇ(ସାମାଜିକ କଲ୍ୟାଣ), ଡ଼ ଅରୁଣ କୁମାର ସାହୁ( କଳା, ସଂସ୍କୃତି ଓ ମାନବ ସମ୍ବଳ), ଇଂ ରୋହିତ ପୂଜାରୀ ( କଳା, ସଂସ୍କୃତି ଓ ମାନବ ସମ୍ବଳ), ଅତନୁ ସବ୍ୟସାଚୀ ନାୟକ( ଓଡିଶା : ମୋ ପରିବାର) , ରବି ନାରାୟଣ ନନ୍ଦ( ପରିବେଶ), ରାଜେନ୍ଦ୍ର ଢୋଲକିଆ( ପରିବେଶ), ପ୍ରତାପ ଜେନା (ସଶକ୍ତ ଓଡିଶା),  ନବ ଦାସ (ସଶକ୍ତ ଓଡିଶା), ରମେଶ ମଝି( ଜନଜାତି କଲ୍ୟାଣ ଓ ସଂଖ୍ୟାଲଘୁ) , ସରୋଜିନୀ ହେମ୍ବ୍ରମ ( ଜନଜାତି କଲ୍ୟାଣ ଓ ସଂଖ୍ୟାଲଘୁ), ଶଶୀଭୂଷଣ ବେହେରା( ମହିଳା ସଶକ୍ତିକରଣ ଓ ତଫସିଲଭୁକ୍ତ ଜାତି) ଓ ସୁମିତ୍ରା ଜେନା( ମହିଳା ସଶକ୍ତିକରଣ)  | 

 

 

Leave A Reply

Your email address will not be published.