ଜନସାଧାରଣ ହିତପାଇଁ ମଙ୍ଗଳା କିଷାନ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଲେଖିଲେ ଚିଠି 

0

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :- ରାଜଗାଙ୍ଗପୁର ସହରର ଜନସାଧାରଣ ପାଇଁ ଆଉ ୫୦୦ ଶହ ରାସନ କାର୍ଡ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଅନୁରୋଧ କରିଛନ୍ତି ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ, କରୋନା ମହାମାରୀ ସମୟରେ ମଧ୍ୟବିତ୍ତ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, କଳ କାରଖାନା, ସହର ବଜାର ସବୁ ବନ୍ଦ, ଯେଉଁ ଲୋକ ମାନେ କାରଖାନା ଉପରେ ନିର୍ଭର କରି ଚଳୁ ଥିଲେ, କରୋନା ଯୋଗୁଁ ବହୁ କାରଖାନା ଅଚଳ ଅବସ୍ଥାରେ, କାର୍ଯ୍ୟରତ ମଧ୍ୟବିତ୍ତ ପରିବାର ଲୋକ ଙ୍କ ଘରେ ଚୁଲି ଜଳିବା କଷ୍ଟ ହେଉଛି, ଏହାକୁ ଦୃଷ୍ଟିରେ ରଖି ମଙ୍ଗଳା କିଷାନ ଆଉ ୫୦୦ ଶହ ରାସନ କାର୍ଡ ଲାଗି ନିଜ ବନ୍ଧୁ ତଥା ଓଡିଶା ସରକାରଙ୍କ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି |

 

Leave A Reply

Your email address will not be published.