ଏକ କୋଟି ଅତିକ୍ରମ କଲା କୋଭିଡ ପରୀକ୍ଷା ସଂଖ୍ୟା

0

• ସମୁଦାୟ ପରୀକ୍ଷାଗାର ସଂଖ୍ୟା 1100 ଡେଇଁଲା

• ସୁସ୍ଥଙ୍କ ସଂଖ୍ୟା 4.24 ଲକ୍ଷରୁ ଅଧିକ

• ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟଙ୍କ ସଂଖ୍ୟା 1.7 ଲକ୍ଷ ଅଧିକ

• ଜାତୀୟ ଆରୋଗ୍ୟ ହାର ଶତକଡା 60.86କୁ ବୃଦ୍ଧି

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ ପରୀକ୍ଷଣ ସଂଖ୍ୟା 10 ମିଲିୟନ (1 କୋଟି) ମାଇଲଖୁଣ୍ଟ ଅତିକ୍ରମ କରିଛି । ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ  “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି । 

 24 ଘଣ୍ଟା ମଧ୍ୟରେ 3,46,459 ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 1,01,35,525 । ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି । ଆଜି ପର୍ଯ୍ୟନ୍ତ, 1105ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ସରକାରୀ ଭାବେ 788ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ 317ଟି ରହିଛି ।

Real-Time RT PCR based testing labs: 592 (Govt: 368 + Private: 224)

TrueNat based testing labs: 421 (Govt: 387 + Private: 34)

CBNAAT based testing labs: 92 (Govt: 33 + Private: 59)

ଭାରତ ସରକାରଙ୍କ ଦ୍ଵାରା କୋଭିଡ-19ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ଆଜିସୁଦ୍ଧା 4,24,432କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 15,350 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା 1,71,145 ଅଧିକ । ଏହା ଜାତୀୟ ଆରୋଗ୍ୟ ହାରକୁ 60.86%ରେ ପହଞ୍ଚାଇଛି । ବର୍ତ୍ତମାନ 2,53,287 ସକ୍ରିୟ ମାମଲା ରହିଥିବା ବେଳେ ସମସ୍ତେ ଡାକ୍ତରୀ ତତ୍ଵାବଧାନରେ  ଅଛନ୍ତି । କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ [email protected] ଏବଂ @CovidIndiaSeva କୁ ପଠାଇ ପାରିବେ । କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

Leave A Reply

Your email address will not be published.