ଆକ୍ସିଡେ଼ଣ୍ଟ ମନିଟରିଂ ସିଷ୍ଟମ୍ ଶୀର୍ଷକ ଅନ-ଲାଇନ୍ ସେବାର ଶୁଭାରମ୍ଭ 

0

 

କାରଖାନାଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ଯୋଇପାରିବ ସଠିକ ରିପୋର୍ଟିଂ ଏବଂ ଟ୍ରାକିଂ

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଥିବା କାରଖାନାଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ସଠିକ ରିପୋର୍ଟିଂ ଏବଂ ଟ୍ରାକିଂ ପାଇଁ ରାଜ୍ୟ ସରକାରଙ୍କର ଗ୍ରାମୀଣ ଉନ୍ନୟନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଆକ୍ସିଡେ଼ଣ୍ଟ ମନିଟରିଂ ସିଷ୍ଟମ୍ ଶୀର୍ଷକ ଏକ ଅନ-ଲାଇନ୍ ସେବା ବ୍ୟବସ୍ଥାକୁ ଲୋକସେବା ଭବନରୁ ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ଅଧିନସ୍ଥ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ୫-ଟି  କାର୍ଯ୍ୟକ୍ରମରେ ଏକ ନୂଆ ପଦକ୍ଷେପ । ଏହି ନୂତନ ସିଷ୍ଟମ୍ ବ୍ୟବହାର ଦ୍ୱାରା ଫ୍ୟାକ୍ଟ୍ରୀଗୁଡ଼ିକରେ ଘଟୁଥିବା ଦୁର୍ଘଟଣାର ରିପୋର୍ଟିଂ ଶୀଘ୍ର ହୋଇପାରିବ ଓ ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥା ଖୁବ୍ ସହଜ ହେବ । ଏହାର ମୂଳ ଲକ୍ଷ୍ୟ ହେଉଛି – କାର୍ଯ୍ୟଦକ୍ଷତା ବୃଦ୍ଧି, ବିଭାଗୀୟ ଅଧିକାରୀ ତଥା ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଉନ୍ନତ ନିଷ୍ପତ୍ତି ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା । ଏହି ପୋର୍ଟାଲ୍ର ସୁବିଧା ପାଇବା ପାଇଁ ଫ୍ୟାକ୍ଟ୍ରୀଗୁଡ଼ିକ ଅନ-ଲାଇନ୍ ଜରିଆରେ ନିଜକୁ ଏହି ପୋର୍ଟାଲ ପ୍ରଥମେ ପଞ୍ଜୀକୃତ କରାଇବେ । ପୂର୍ବରୁ ମାନୁଆଲ୍ ଜରିଆରେ ଦେଉଥିବା ଦୁର୍ଘଟଣା ବିବୃତି ବା ଆକ୍ସିଡେ଼ଣ୍ଟ ରିପୋର୍ଟ ଏବଂ ତତ୍ସମ୍ବନ୍ଧୀୟ ସମସ୍ତ ବିବରଣୀ ଅଧୁନା ଉପରୋକ୍ତ ଅନ୍-ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପ୍ରଦାନ କରିପାରିବେ । ଏଥି ସହିତ, ଦୁର୍ଘଟଣା ସମ୍ବନ୍ଧୀୟ ପ୍ରାରମ୍ଭିକ ରିପୋର୍ଟ, ନିରୀକ୍ଷଣ ରିପୋର୍ଟ, ନିଷେଧାଦେଶ ପ୍ରତ୍ୟାହାର, ନିର୍ଣ୍ଣାୟକ ଅନୁସଂଧାନ ରିପୋର୍ଟ, ପ୍ରୋସେକ୍ୟୁସନ  ରିପୋର୍ଟ, ସୁପରଭାଇଜରୀ ଅଧିକାରୀଙ୍କ ରିପୋର୍ଟ, ସ୍ୱୟଂଚାଳିତ ଭାବେ ଅପ୍ଡେ଼ଟ୍ ହୋଇପାରିବ । ଏଥିରେ ଟ୍ରାକିଂ ଓ ମନିଟରିଂ ସହଜ କରିବା ପାଇଁ ଡ଼୍ୟାସ୍ ବୋର୍ଡ ଆନାଲିସିସ ବ୍ୟବସ୍ଥା ରହିଅଛି । ଡ଼ିଭିଜନ୍ ଓ ଜୋନ୍ ସ୍ତରୀୟ ଦୁର୍ଘଟଣାର ସ୍ଥିତି ଜାଣିବା ପାଇଁ ସୁବିଧା ରହିଅଛି । ଏଥି ସହିତ ପ୍ରତ୍ୟେକଟି ଦୁର୍ଘଟଣା ଓ କ୍ଷତିଗ୍ରସ୍ତ ଶ୍ରମିକଙ୍କର ସବିଶେଷ ବିବରଣୀ ଏହି ପୋର୍ଟାଲ୍ରେ ଉପଲବ୍ଧ ହେବ । ଏହି ପୋର୍ଟଲ୍ ମାଧ୍ୟମରେ କାରଖାନା ଓ ବାଷ୍ପିତ ନିଦେ୍ର୍ଧଶାଳୟର ସମସ୍ତ ଅଧିକାରୀ ଯଥା ଡ଼ାଇରେକ୍ଟର, ଜଏଣ୍ଟ ଡ଼ାଇରେକ୍ଟର, ଡେ଼ପୁଟି ଡ଼ାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଡ଼୍ୟାସ୍ ବୋଡର଼୍ ଏବଂ ଏମ.ଆଇ.ଏସ୍. ରିପୋର୍ଟ ଦ୍ୱାରା ଟ୍ରାକିଂ ଏବଂ ମନିଟରିଂ କରିବା ସହ ଯଥା ସମୟରେ ସଠିକ ନିଷ୍ପତ୍ତି ନେବାରେ ଏହି ପୋର୍ଟାଲ୍ ସହାୟକ ହୋଇପାରିବ ।

ଏହି ଭରଚୁ୍ୟଆଲ୍ ଲୋକାର୍ପଣ ଉତ୍ସବରେ କାରଖାନା ଓ ବାଷ୍ପିତ  ନିର୍ଦ୍ଦେଶାଳୟର ସମସ୍ତ ବିଭାଗୀୟ ଅଧିକାରୀ ତଥା ରାଜ୍ୟର ପ୍ରମୁଖ କଳକାରଖାନାଗୁଡ଼ିକର ପ୍ରତିନିଧିଗଣ ନିଜ ନିଜ ଅଂଚଳରେ ଥିବା ଏନ.ଆଇ.ସି. କେନ୍ଦ୍ରରେ ଉପସ୍ଥିତ ରହି ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦୁର୍ଘଟଣା ହ୍ରାସ କରାଇବା ଉଦ୍ଦେଶ୍ୟରେ ସଚେତନତା, ଭାଗିଦାରୀ, ଉତ୍ତରଦାୟିତ୍ୱ, ଟେକ୍ନୋଲୋଜିର ପ୍ରୟୋଗ, ଶ୍ରମିକ ସଶକ୍ତିକରଣ, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଦୁର୍ଘଟଣା ଅନୁସନ୍ଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।ଆଇ.ଏ.ଏସ୍., ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମାର ପ୍ରମୁଖ ଶାସନ ସଚିବ  ଅନୁ ଗର୍ଗ ନିରୀକ୍ଷଣରେ ଗୁଣବତ୍ତା ଓ ପାରଦର୍ଶିତା ବୃଦ୍ଧି, ସୁରକ୍ଷା ଏବଂ ଶୂନ୍ୟ ଦୁର୍ଘଟଣା ଦିଗରେ ପ୍ରୟାସ, ବଏଲର ଏବଂ ବିପଦ୍ଜନକ ପୋ୍ରସେସ୍ ଥିବା କାରଖାନାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ନିର୍ଦ୍ଧାରିତ ସମୟରେ ଅନ-ଲାଇନ୍ ଆପ୍ଲିକେସନ ତ୍ୱରିତ ଅନୁମୋଦନ ଉପରେ ଗୁରୁତ୍ୱ ଦେବା ପାଇଁ କାରଖାନା ଓ ବାଷ୍ପିତ୍ର  ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।

ଡ଼ା. ଏନ୍. ଥିରୁମାଲା ନାୟକ, ଆଇ.ଏ.ଏସ୍., କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶକ ସ୍ୱାଗତ ଭାଷଣ ପ୍ରଦାନ କରି  ନିର୍ଦ୍ଦେଶାଳୟର ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ ଏବଂ ଫିଲ୍ଡ ଅଧିକାରୀମାନଙ୍କୁ ୧୦-ସୂତ୍ରୀ କାର୍ଯ୍ୟକ୍ରମ, ଦୁର୍ଘଟଣା ନିରାକାରଣ ଆଦି କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବା ପାଇଁ  ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଡ଼ଃ. ରମେଶ କୁମାର ବେହେରା, କାରଖାନା ଓ ବାଷ୍ପିତ ଉପ  ନିର୍ଦ୍ଦେଶକ (ସୁରକ୍ଷା) ଧନ୍ୟବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.