ବାହାଘରରେ ରକ୍ତଦାନ ଶିବିର 

0

 ବରଗଡ :- ଆଜି ନିଷ୍ଠା ପରିବାର ର ସକ୍ରିୟ ସଦସ୍ୟ ଅଶୋକ ସାହୁ ଏବଂ କ୍ରିଷ୍ନା ସାହୁ ଙ୍କ ବିବାହ ମହୋତ୍ସବ ଅବସରରେ ନିଷ୍ଠାପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଖଣ୍ଡହଥା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ଦମ୍ଫତ୍ତି ଙ୍କ ସମେତ ସର୍ବମୋଟ ୨୧ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ। ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହା ସଂଗୃହୀତ ହୋଇଥିଲା।ବାହାଘର ଅବସରରେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ଅଶୋକ ସାହୁଙ୍କୁ ବହୁତ ବହୁତ ଧନ୍ୟବାଦ। ବିବାହ ମହୋତ୍ସବ ଅବସରରେ ରକ୍ତ ଦାନ ଶିବିର ଆୟୋଜନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଅଶୋକ ସାହୁ ।ଏହି ରକ୍ତ ଦାନ ଶିବିର ରେ ନିଷ୍ଠାପରିବାର ର ସଭାପତି ରକ୍ଷପାଳ ସାହୁ ସଂପାଦକ ଅଶ୍ବିନୀ ତ୍ରିପାଠୀ,ମଦନ ମୋହନ ଦାଶ ,ବିଦ୍ୟାଧର ଭୋଇ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.