ଅବ୍ୟବସ୍ଥିତ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କଂଗ୍ରେସର ଦାବି

0

 ବରଗଡ :-   ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଟୋକନ ଜରୀଆରେ ଧାନ ବିକ୍ରି ପ୍ରହସନ ବ୍ୟବସ୍ଥା ଓ ଏତତଦ୍ବରା ଚାଷୀମାନେ ନିଶ୍ଚିତ ଭାବେରେ ହଇରାଣ ହେବେ ବୋଲି ଆରମ୍ଭରୁ ସତର୍କ କରି ଆସୁଅଛି। ପରିଣାମ ସ୍ବରୁପ ଚଳିତ ରବି ଚାଷ ସମୟରେ ଠିକଣା ସମୟରେ ଚାଷୀ ମାନଙ୍କୁ ଟୋକନ ବ୍ୟବସ୍ଥା ନ ହେବାରୁ କଷ୍ଟଲବ୍ଧ ଧାନ ବିକ୍ରିରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟେନୁ ଏ ଅବ୍ୟବସ୍ଥିତ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କଂଗ୍ରେସର ଦାବି କରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସ୍ମାରକପତ୍ର ପ୍ରଦାନ କରାଯାଇଛି |

        ଚାଷୀମାନେ ବିକ୍ରି କରିବା ପାଇଁ ମାର୍କେଟ ୟାଡ ମାନଙ୍କରେ ଧାନ ପହଞ୍ଚିାଇବା ପରେ ମଧ୍ୟ ଟୋକନ ଅବ୍ୟବସ୍ଥା ଯୋଗୁଁ ବିକ୍ରି ନ ହୋଇପାରି ଧାନ ପଡି ରହିଛି ଓ ମୌସୁମୀ ବର୍ଷାରେ ଧାନ ଭିଜି ଯାଇ ଗଜା ହେବାକୁ ବସିଲାଣି। ବିଭିନ୍ନ ବାହାନାରେ ଚାଷୀମାନେ କରୁଥିବା ଦାବୀ ଓ ବିକ୍ଷୋଭକୁ ବିଭିନ୍ନ ଉପାୟରେ ଚପାଇ ଦେବାସଙ୍ଗେ ସଙ୍ଗେ ବିରୋଧୀ ଦଳ ତରଫରୁ କରାଯାଇଥିବା ଦାବି ଓ ବିକ୍ଷୋଭକୁ ମଧ୍ୟ  ଭଣ୍ଡୁର କରିବାପାଇଁ କେଶ ରୁଜୁ କରିବା ସହ ଗିରଫଦାରୀ  ପାଇଁ ଧମକ ଦିଆଜାଉଛି। 

       ବର୍ତ୍ତମାନର କରୋନା ମହାମାରୀ ସମୟରେ ଅସୁବିଧା ପରିସ୍ଥିତିରେ ଧାନ ବିକ୍ରି ହୋଇପାରୁ ନଥିବାରୁ ଚାଷୀମାନଙ୍କର ଆର୍ଥିକ ପରିସ୍ଥିତି ଧିରେ ଧିରେ ଶୋଚନୀୟ ହେବାକୁ ଲାଗିଛି। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପଣ ସ୍ବତନ୍ତ୍ର ଦୁଷ୍ଟି ଦେଇ ଚାଷୀର ଧାନ ବିକ୍ରି ସୁ-ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ବିହୀନ, ସାରା,କୀଟନାଶକ ପ୍ରଭୂତିର ସୁ-ବ୍ୟବସ୍ଥା ନହେଲେ ଅଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚାଷୀ ମାନଙ୍କ ସହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାପାଇଁ ବାଧ୍ୟ  ହେବ ବୋଲି ଚେତାବନୀ ଦେବାସହ   ସ୍ମାରକପତ୍ର ପ୍ରଦାନ କରାଯାଇଛି | ଏହିକାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀ ସତ୍ୟଭୂଷଣ ସାହୁ,ରିପୁନାଥ ସେଠ୍,ଜୁଗଳ ପ୍ରସାଦ ସିଂହ, ନିହାର ରଞ୍ଜନ ମହାନନ୍ଦ,ପ୍ରଦୀପ ଦେବତା,ସରୋଜ କୁମାର ଷଡଙ୍ଗୀ,ନିପନ କୁମାର ଦାଶ,ସୁଭେନ୍ଦୁ କୁମାର ସାହୁ, ପ୍ରତାପ ଚନ୍ଦ୍ର ନାୟକ  ଉସମାନ ଖାଁ, ଓ ଅନ୍ୟମାେନ ସାମିଲ ହୋଇଥିଲେ।

Leave A Reply

Your email address will not be published.