ଧର୍ମଗଡ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ୬୪ ବଟାଲିୟନ୍ ସିଆରପିଏଫ କେଗାଁ ତରଫରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଇଜିପି ସିଆରପିଏଫ ଭୁବନେଶ୍ଵର ସେକ୍ଟର ମାର୍ଗଦର୍ଶନରେ କେଗାଁ ଠାରେ ଏକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ୬୪ ବାଟାଲୀୟନ ସିଆରପିଏଫ୍ କମାଣ୍ଡେଣ୍ଡ ବିପ୍ଳବ ସରକାର ଉଦଘାଟନ କରି ଅଞ୍ଚଳର ଶତାଧିକ ଗରିବ ଓ ନିରୀହ ଲୋକ ମାନଙ୍କୁ କମ୍ବଳ , ଶାଢ଼ୀ , ଲୁଙ୍ଗି, ଛତା, ଚପଳ ଇତ୍ୟାଦି ବଣ୍ଟନ କରିଥିଲେ। ଏହି ଅବସରରେ ୬୪ ବାଟାଲୀୟାନ କମାଣ୍ଡେଣ୍ଡ ଶ୍ରୀ ସରକାର ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଉକ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.