ଝାରସୁଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ଧଇଲା ପୋଲିସ 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜି ସକାଳେ ଏକ ନିର୍ଭରଯୋଗ୍ୟ  ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ପୋଲିସ ଗଞ୍ଜେଇ ଚୋରା ଚାଲାଣର ଏକ ରାକେଟକୁ କୋଲାବିରା ନିକଟରୁ ୨୦.୬୫୦ କିଲୋଗ୍ରାମର ନିଷେଧ ଥିବା ଗଞ୍ଜେଇ ସହ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଆସାମୀ ମାନେ ହେଲେ ୧.ନିର୍ମଳ ପଟେଲ ପିତା: ଲଳିତ ପଟେଲ ନି:ପାଣ୍ଡକିମାଲ, ୨.ସୀତାରାମ ସାହୁ ପିତା:ଦେବାନନ୍ଦ ସାହୁ, ନି:ପୋଖରାସାଲ,୩.ଜିତେନ୍ଦ୍ର ରୋହିଦାସ, ପିତା :ପଦ୍ମଲୋଚନ ରୋହିଦାସ ନି:ଜମେରା ।ଏହା ସହିତ ପୋଲିସ ଗଞ୍ଜେଇ ପରିବହନ ନିମନ୍ତେ ବ୍ୟବହୃତ ହେଉଥିବା ଓଡିଶା ୨୩ J ୧୭୩୧ ନମ୍ବରର ଏକ ୨୨୦ ସିସିର ପଲସ୍ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ ଯେ ଏହି ରାକେଟକୁ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ବଢ଼େଇମୁଣ୍ଡା ସମ୍ମୁଖରେ ଅତିରିକ୍ତ ତହସିଲଦାର ଜୋବିତା ତିର୍କୀ ଓ ଅନ୍ୟାନ୍ୟ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଧରିଥିଲେ। ଝାରସୁଗୁଡ଼ା ପୋଲିସ ଏହି ସଂପର୍କରେ କେସ୍ ନମ୍ବର ୪୬୨/୨୦ ୟୁ/ଏସ ୨୦ (ବି) (2)(ସି)  ଏନ ଡି ପି ଏସ ଆକ୍ଟ ଅନୁସାରେ ଏକ କେସ ପଞ୍ଜିକୃତ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଝାରସୁଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରା ଚାଲାଣ ଏବେ ପୋଲିସ ଓ ପ୍ରଶାସନ ନିମନ୍ତେ ଏକ ମୁଣ୍ଡବ୍ୟଥାରେ ପରିଣତ ହୋଇଛି।

 

Leave A Reply

Your email address will not be published.