ବିଜେପୁର :- ( ରାଜେଶ୍ୱର ବେହେରା ) ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ମଙ୍ଗଳବାର ବରଗଡ଼ ଜିଲ୍ଲା ବିଜେପୁର ତହସିଲଦାର କୁଳମଣି ରଣବିଡା ଜମି ରେଜିଷ୍ଟ୍ରି ହେବାର ଏକ ଘଣ୍ଟାରେ ଜମି ପଟ୍ଟା ପ୍ରଦାନ କରି ଉଦାହରଣ ସୁଷ୍ଟି କରିଛନ୍ତି। ମିଳିଥିବା ସୂଚନାମୁତାବକ ପଦ୍ମିନୀ ପାଣୁଆ କେଉଁଟିପାଲି ମୌଜାରୁ ୧୦ଡିସମିଲ, ରୀନା ମାହାଣା ବିଜେପୁର ମୌଜାରୁ ୫.୫ଡିସମିଲ, ଗୌର ସାହୁ ପହଣ୍ଡି ମୌଜାରୁ ୪୮ଡିସମିଲ ଜମି କ୍ରୟ କରିଥିଲେ। ସେମାନେ ମଙ୍ଗଳବାର ସ୍ଥାନୀୟ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ଉକ୍ତ ଜମିକୁ ରେଜିଷ୍ଟ୍ରି କରିଥିଲେ। ରେଜିଷ୍ଟ୍ରି ହେବାର ଏକ ଘଣ୍ଟାରେ ସଂପ୍ରୁକ୍ତ କ୍ରେତାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ତହସିଲଦାର ତଥା ସବରେଜିଷ୍ଟାର କୁଳମଣି ରଣବିଡା ସେମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ। ରାଜସ୍ବ ସୁପରଭାଇଜର ଯୋଗେନ୍ଦ୍ର ମହାନନ୍ଦଙ୍କ ସମେତ ସବରେଜିଷ୍ଟ୍ରି ଓ ତହସିଲ କାର୍ଯ୍ୟାଳୟର କର୍ମକର୍ତ୍ତା, ଆଇନଜୀବୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post