କରୋନାରେ (ଭିସୁଟ୍)ଅଧ୍ୟାପିକା ସ୍ବାମୀଙ୍କ ମୃତ୍ୟୁ 

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ର ଜଣେ ଅଧ୍ୟାପିକାଙ୍କର କରୋନା ପଜିଟିଭ ଆସିଥିବା ଜଣାପଡିଛି। ଉକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କର ମଧ୍ୟ କରୋନାରେ ଆଜି ଭୋରରେ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଅଧ୍ୟାପିକାଙ୍କ ସ୍ଵାମୀଙ୍କ ଗତ କାଲି ସ୍ଵାବ ପରୀକ୍ଷା ପରେ କରୋନା ପଜିଟିଭ ଵାହାରି ଥିଲା। ଅଧ୍ୟାପିକାଙ୍କ ସ୍ବାମୀଙ୍କୁ ଅନୁଗୁଳ କୋଭିଡ଼ ହସପିଟାଲକୁ ଗତକାଲି ରାତିରେ ପ୍ରେରିତ କରାଯାଇଥିଲା। ମାତ୍ର ଅନୁଗୁଳ କୋଭିଡ଼ ହସ୍ପିଟାଲରେ ତାଙ୍କର ଭୋରରେ ମୃତ୍ୟୁ ହୋଇଥିଲା। ପୁଣି ଅଧ୍ୟାପିକାଙ୍କ ମଧ୍ୟ ସ୍ବାବ ପରୀକ୍ଷା ପରେ କରୋନା ପଜିଟିଭ ବାହାରିଵା ପରେ ବୁର୍ଲା ସହରରେ ଲୋକେ ଆତଙ୍କିତ ହୋଇଛନ୍ତି l ଅଧ୍ୟାପିକା ଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଥିବାଵେଳେ ଭିମସାର, ଷ୍ଟେଟଵ୍ୟାଙ୍କ, ଭିସୁଟ ଏବଂ ଭିସୁଟ କଲୋନୀର ପ୍ରାୟ ୩୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି l

Leave A Reply

Your email address will not be published.