ହ୍ଵାଟ୍ସଆପରେ “ଚାଷ” : କୃଷକ ସଶକ୍ତିକରଣ ଦିଗରେ ବଳିଷ୍ଠ ପଦକ୍ଷେପ

0

http://www.youtube.com/watch?v=_iOwXRlvOSo

ଭୁବନେଶ୍ୱର : ଓଡିଶା ଗୋଟେ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ସରକାରଙ୍କ ସୂଚନା ଅନୁଯାୟୀ ଧାନ ଚାଉଳ ଉତ୍ପାଦନ ଓଡିଶା ବଳକା ରାଜ୍ୟ ହୋଇଥିବା ବେଳେ ପନିପରିବା, ଫଳ ତଥା ଡାଲିଜାତୀୟ ଫସଲ ଉତ୍ପାଦନରେ ଅନେକ ଅଗ୍ରଗତି କରିଛି । କୃଷି ଆନୁଷଙ୍ଗିକ କ୍ଷେତ୍ର ବା ଆଲାଏଡ଼ ସେକ୍ଟର ଯଥା ମାଛ, ମାଂସ, ଅଣ୍ଡା ଓ କୁକୁଡ଼ା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପ୍ରକ୍ରିୟା ଜାରି ରହିଛି । ହେଲେ ରାଜ୍ୟର ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ  ଆହ୍ୱାନ ଭାବେ ଉଭା ହୋଇଛି ପ୍ରାକୃତିକ ଦୁର୍ବିପାକ, ପାଣିପାଗ ଅନିୟମିତତା, ରୋଗ ପୋକ ।

ଏ ସମ୍ପର୍କରେ ଜ୍ଞାନ ସହ ପରିବର୍ତ୍ତିତ ପରିସ୍ଥିତିରେ ଉନ୍ନତ ଜ୍ଞାନ କୌଶଳ, ଲାଭଜନକ ପରାମର୍ଶ, ସମୟ ଉପଯୋଗୀ ପରାମର୍ଷର ଆବଶ୍ୟକତା ରହିଛି । କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସବିଶେଷ ସୂଚନା ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସୂଚନା ପହଂଚାଇବା, ସଚେତନ ବା ସତର୍କ କରାଇବା, ଆଗୁଆ ଉପାଦେୟ କୃଷି ସୂଚନା, ଫସଲ ପର୍ଯ୍ୟାୟ ତଥା କେଉଁ ସମୟରେ କେଉଁ ଫସଲ କରିବା ଓ ସେ ଫସଲ କେମିତି କରିବା, ପାଣିପାଗ ସୂଚନା, ପ୍ରତିକୂଳ ପରିସ୍ଥିତିର କେମିତି ମୁକାବିଲା କରାଯିବ ଆଦି ବିଷୟ ଉପରେ ସୂଚନା ପହଂଚାଇବା କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କୃଷିବିଭାଗ ଆଉ ପାଦେ ଆଗକୁ ଯାଇ ଆରମ୍ଭ କରିଛି ହ୍ଵାଟ୍ସଆପ ଗ୍ରୁପ  କୃଷି, କୃଷକ କଲ୍ୟାଣ ମତ୍ସ୍ୟ ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ମାର୍ଗ ଦର୍ଶନରେ | ଏହି କାର୍ଯ୍ୟକ୍ରମ କଣ ପାଇଁ ଆଉ କଣ ଉପକାରରେ ଲାଗିବ ସେ ବିଷୟରେ ନିଜେ  ମନ୍ତ୍ରୀ ଡ଼ ସାହୁ କଣ କହୁଛନ୍ତି ତାହା ଆସନ୍ତୁ ଶୁଣିବା | ଆସନ୍ତୁ ଶୁଣିବା ଏହା କେମିତି ଖୁବ କମ ଦିନରେ କୃଷକଙ୍କ ସାଥି ପାଲଟି ପାରିଛି |

ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସୂଚନା ଧର୍ମୀ ହ୍ଵାଟ୍ସଆପ ଗ୍ରୁପରେ ଦିଆଯାଇଛି ଏଭଳି ଅନେକ କୃଷି ଓ କୃଷକ ଉପଯୋଗୀ ସଚିତ୍ର ସୂଚନା ଓ କ୍ଷୁଦ୍ର ଭିଡିଓ  |

 

 

Leave A Reply

Your email address will not be published.