ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ନବମ ରକ୍ତଦାନ ଶିବିର

0

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲାଚିଦା ଠାରେ ନବମ ଥର  ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍(୧୦ ଜଣ ମହିଳା ଓ ୨୦ ଜଣ ପୁରୁଷ ରକ୍ତ ଦାତା) ରକ୍ତ ଦାନ କଲେ। ଚିଚିଣ୍ଡା କଲେଜ ଅଧ୍ୟାପକ ରମେଶ ବାରିକ୍ ଶିବିର କୁ ଉଦଘାଟନ୍ କରିଥିଲେ । ରକ୍ତ ଅଭାବ ରୁ କେହି ଅସୁବିଧା ରେ ନ ରୁହନ୍ତୁ କି କାହାରି ଜୀବନ ବିପଦ ରେ ନ ପଡୁ ଏହା ହିଁ ଆମର ମୂଲ ଉଦ୍ଧେଶ୍ୟ। ପ୍ରଥମ ସ୍ତର ରେ ପଶ୍ଚିମ ଓଡ଼ିଶା ର ୨୮ ଟା ବ୍ଲକ୍ ରେ  ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରକ୍ତ ଅଭାବ କେ ଦୂର କରା ଯିବା ବଲି ସଭାପତି ଅଜିତ୍ କୁମାର ପତି କହିଥିଲେ। ଅରୂପା ସୂପକାର, ସମ୍ପାଦକ ସୁମନ୍ତ ଶତପଥି, ନରେଶ ପଧାନ, ଶ୍ରୀକାନ୍ତ ପଧାନ, ପ୍ରତାପ ପଧାନ, ଯତିନ୍ ନାୟକ, ଯାଦୁଧନ୍ ପଧାନ, ପ୍ରଶାନ୍ତ ଗଡ଼ତିଆ ଉପସ୍ଥିତ ଥିଲେ। ଲଚିଦା ଗ୍ରାମବାସୀ ଙ୍କ ସହଯୋଗ ରେ ଉଦ୍ ଯାପନ ହେଇଥିଲା।

Leave A Reply

Your email address will not be published.