ମୟୂରଭଞ୍ଜ : ପଶିଲେ ପାଞ୍ଚ , ବାହାରିଲେ ଦଶ

0
  •  ଜିଲ୍ଲାରେ  ୫ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହୋଇ  ଫେରିଲେ ୧୦

  • ଆକ୍ରାନ୍ତ ସଂଖ୍ୟା  ଡବଲ ସେଞ୍ଚୁରୀ ଅତିକ୍ରମ କରି ୨୦୧ରେ ପହଁଞ୍ଚିଲା

  • ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୪୦ ,  ସକ୍ରିୟ ସଂଖ୍ୟା ୬୦ ଓ ମୃତ୍ୟୁ  ସଂଖ୍ୟା ୦୧ ।                                                                                                                                                                                                                                                                                                                          

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ଡ଼ବଲ ସେଞ୍ଚୁରୀ ଅତିକ୍ରମ କରି ୨୦୧ରେ ପହଁଞ୍ଚିଲା । ଜିଲ୍ଲାର ବିଜାତୋଳା, ଶୁକୃଳି ଓ ବଡ଼ସାହି ଆଦି ପ୍ରତ୍ୟେକ ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ  ମୋଟ ୩ ଜଣ ଓ ବାଙ୍ଗିରିପୋଷି ବ୍ଲକରୁ ବ୍ଲକରୁ ୨ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟିନ ସେଣ୍ଟର( ମହାରାଷ୍ଟ୍ର-୨ ଓ ତେଲେଙ୍ଗାନା-୨)ରୁ ଆସିଥିବା ବେଳେ ବଡ଼ସାହି ବ୍ଲକରୁ ଜଣେ ଲୋକାଲ କଣ୍ଟାକ୍ଟରୁ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି ଏବଂ ଜୁନ ୨୯ ସୁଦ୍ଧା ଜିଲ୍ଲାରେ ୧୪୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସକ୍ରିୟ ସଂଖ୍ୟା ଆଜକୁ ମିଶାଇ ୬୦ରେ ପହଁଞ୍ଚିଛି  ଏବଂ ଜଣେ ୬୦ ବର୍ଷିୟ କରୋନା ପଜିିଟିଭ ଆକ୍ରାନ୍ତଙ୍କର କେନସର ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟଗତ ଜଟିଳତା  କାରଣରୁ ମୃତ୍ୟୁ  ହୋଇଥିବାର ଜଣାପଡ଼ିଛି ।    

 

Leave A Reply

Your email address will not be published.