କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଚିନ୍ତା ଓ ଭୟରେ ପଞ୍ଚାୟତବାସୀ

0

ହାଟଡିହି/ ଶାସକ ପ୍ରଶାସକ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ଜୁନ ୨୮ ତାରିଖ ରେ ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ  ପରେ ପଞ୍ଚାୟତବାସୀ ଚିନ୍ତା ପ୍ରକଟ କରିଥିବା ବେଳେ ଭୟ ର ବାତାବରଣ ଖେଳି ଯାଇଛି.ଖବରରୁ ଜଣାଯାଇଛି ଯେ ପଞ୍ଚାୟତ କ୍ଵାରାଣ୍ଟାଇନ ରେ ୨୬ ଜଣ ପ୍ରବାସୀ ରହୁଥିଲେ. ଗତ ଜୁନ ୨୭ ତାରିଖ କ୍ଵାରାଣ୍ଟାଇନ ଅବଧି ସରୁଥିବା ରୁ ୮  ଜଣଙ୍କୁ ଡିସ୍ଚାର୍ଜ କରାଯାଇଥିଲା |  କିନ୍ତୁ ତାପର ଦିନ ଅର୍ଥାତ ୨୮  ତାରିଖ ଏଠାରୁ ୫  ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି. ଡିସ୍ଚାର୍ଜ ହୋଇଥିବା ବ୍ୟକ୍ତି ମାନେ କରୋନା ଆକ୍ରାନ୍ତ ଙ୍କ ରୁମ ରେ ରହୁଥିଲେ | ଡିସ୍ଚାର୍ଜ ହୋଇ ଥିବା ବ୍ୟକ୍ତି ମାନଙ୍କ ର ପୁନଶ୍ଚ କରୋନା ପରୀକ୍ଷା କରାଯାଉ ଏବଂ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ଵାରାଣ୍ଟାଇନ ରେ ରଖାଯାଉ ବୋଲି ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଯୁକ୍ତି ବାଢ଼ୀବା ସହ ଜିଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା କୁ ଦାବି ଜଣାଇଛନ୍ତି. ଏ ବାବଦରେ ହାଟଡିହି ବିଡ଼ିଓ ଙ୍କୁ ଜଣାଯାଇଥିବା ପଞ୍ଚାୟତ ତରଫରୁ ସୂଚନା ମିଳିଛି |  ଅନ୍ୟ ପକ୍ଷେ କ୍ଵାରାଣ୍ଟାଇନ ଦାୟିତ୍ୱ ରେ ଥିବା ଜଣେ ଗ୍ରାମରକ୍ଷୀ ମଦ୍ୟପ ଅବସ୍ଥା ରେ ବିଭିନ୍ନ ଆଡେ ବିଶୃଙ୍ଖଲିତ ଆଚରଣ ସୃଷ୍ଟି କରିବାରୁ ଏଠାରୁ ତାଙ୍କୁ ହଟାଇ ଦିଆଯାଇଛି.ଏହି ପଞ୍ଚାୟତ ରେ ଥିବା ବଜାର ରେ ୩୦୦ ରୁ ଉର୍ଦ୍ଧ ଦୋକାନ, ମେଡିକାଲ, ବ୍ୟାଙ୍କ ପ୍ରଭୃତି ରହିଛି | ୮  ରୁ ୧୦  ଟି ପଞ୍ଚାୟତ ର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି |  ମାନଙ୍କ ର ପୁନଶ୍ଚ କରୋନା ପରୀକ୍ଷା କରାଯାଉ ଏବଂ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ଵାରାଣ୍ଟାଇନ ରେ ରଖାଯାଉ ବୋଲି ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଯୁକ୍ତି ବାଢ଼ୀବା ସହ ଜିଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା କୁ ଦାବି ଜଣାଇଛନ୍ତି |  ଏ ବାବଦରେ ହାଟଡିହି ବିଡ଼ିଓ ଙ୍କୁ ଜଣାଯାଇଥିବା ପଞ୍ଚାୟତ ତରଫରୁ ସୂଚନା ମିଳିଛି. ଅନ୍ୟ ପକ୍ଷେ କ୍ଵାରାଣ୍ଟାଇନ ଦାୟିତ୍ୱ ରେ ଥିବା ଜଣେ ଗ୍ରାମରକ୍ଷୀ ମଦ୍ୟପ ଅବସ୍ଥା ରେ ବିଭିନ୍ନ ଆଡେ ବିଶୃଙ୍ଖଲିତ ଆଚରଣ ସୃଷ୍ଟି କରିବାରୁ ଏଠାରୁ ତାଙ୍କୁ ହଟାଇ ଦିଆଯାଇଛି.ଏହି ପଞ୍ଚାୟତ ରେ ଥିବା ବଜାର ରେ ୩୦୦ ରୁ ଉର୍ଦ୍ଧ ଦୋକାନ, ମେଡିକାଲ, ବ୍ୟାଙ୍କ ପ୍ରଭୃତି ରହିଛି |  ୮  ରୁ ୧୦ ଟି ପଞ୍ଚାୟତ ର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି.

Leave A Reply

Your email address will not be published.