ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୈଳ ଦରବୃଦ୍ଧିର ପ୍ରତିବାଦ 

0

ବରଗଡ :- ମହାମାରୀ କରୋନାରେ ଦେଶ ଆଜି ଘଡିସନ୍ଧି ମୂର୍ହତରେ ଗତି କରୁଛି। ସାଧାରଣ ଲୋକଙ୍କର ଆୟ ପନ୍ଥା ପ୍ରତିମୂହର୍ତରେ ସଂକୁଚିତ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ମଧ୍ୟ କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଭୋକଉପାସରେ ଦିନ କାଟୁଛନ୍ତି।ଚାଷୀ ଚାଷ କାର୍ଯ୍ୟ ନକରି ହାତ ବାନ୍ଧି ବସିଛି। ଆଗାମୀ ମୌସୁମୀ କୁ ଆଧାର କରି ଖରିଫ ଚାଷ କରିବା ପାଇଁ ଅଣ୍ଟା ଭିଡିବା କୁ ଚେ଼ଷ୍ଟା କରୁଛି। ଏହି ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅହେତୁକ ମୂଲ୍ୟ ବୁଦ୍ଧି କରିଚାଲିଛନ୍ତି। ତୈଳ ମନ୍ତ୍ରଣାଳୟ ନିୟମ ମୁତାବକ ଅର୍ନ୍ତଜାତୀକ ବଜାରରେ ତୈଳ ଦର ବୁଦ୍ଧି ହେଲେ ଆମଦେଶରେ ମଧ୍ୟ ତୈଳ ଦର ବୁଦ୍ଧି ହେବାକଥା ମାତ୍ର ଆର୍ନ୍ତଜାତିକ ବଜାରରେ ତୈଳ ଦର ଯଥେଷ୍ଟ କମ ଥିବାବେଳେ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ  ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୫୦ଟଙ୍କାରୁ ଅଧିକ ଉତ୍ପାଦ ଶୁଳ୍କ  ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି। ଯାହାଫଳରେ ସାଧାରଣ ଖାଉଟି ଉପରେ ଏହାର କୁପ୍ରଭାବ ପଡୁଛି। ତୈଳ ଦର ବୁଦ୍ଧି କାରଣରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର  ବଜାରରେ ହୁ ହୁ ହୋଇ ବଢୁଥିବା ସହ ଚାଷ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିରେ ଖର୍ଚ୍ଚ ମଧ୍ୟ ବଢୁଛି। ଯାହା ସାଧାରଣ ଚାଷୀ ଓ ଖାଉଟିଙ୍କୁ ବାଧୁଛି। ଅହେତୁକ ଦର ବୁଦ୍ଧିକୁ ବିରୋଧ କରି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ରାଜମାର୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯିବା ସଙ୍ଗେ ସଙ୍ଗେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦିଆ ଜାଇଥିଲା ତା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୈଳ ଦର ବୁଦ୍ଧି ପାଇଁ ଦାୟୀ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। 

ଏହି କୁଶପୁତଳିକା ଦାହ,ଧାରଣା ଓ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯୁଗଳ ପ୍ରସାଦ ସିଂହ,ପ୍ରଦୀପ ଦେବତା,ନିପନ କୁମାର ଦାଶ,ବ୍ରହ୍ମା ମହାକୁଡ଼,ପ୍ରତାପ ଚନ୍ଦ୍ର ନାୟକ,ସୁଭେନ୍ଦୁ ସାହୁ,ପାଣ୍ଡବ କର୍ଣ୍ଣ,ସୁଶିଲ ଭୋଇ,ଆଶିଷ ବେହେରା,ଅନନ୍ତ ତାଣ୍ଡି, ରଥି କୁମ୍ଭାର,ଅବଦୁଲ ଜମିଲ,ଅବଦୁଲ ଗଫାର,ଏସ୍.କେ ଅଜଗର,ଗୋବିନ୍ଦ ମେହେର,ପପୁ କୁମ୍ଭାର,ଏମ୍.ଡି.ଅକବର,ପ୍ରମୋଦ ନାଗ,ପ୍ରଫୁଲ୍ଲ ନାଗ,ରାଜା ଖାନ୍, ଅସାଡୁ ଶିକା,ଅଭିଷେକ ନାୟକ,ଆଜଦ୍ ପତି,ମିନୁଏଲ ସୁନା,ଗଣେଶ ନାଇଡୁ ଓ ଅନ୍ୟମାେନ ସାମିଲ ଥିଲେ।

Leave A Reply

Your email address will not be published.