ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ  ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟରେ ପ୍ରକୃତି, ସଂସ୍କୃତି ଏବଂ ମାନବଧିକାର ନେଇ କାର୍ଯ୍ୟ କରୁଥିବା ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ  ପକ୍ଷରୁ କୋଭିଡା -୧୯ ମହାମାରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ଙ୍କ ପାଇଁ କାଯ୍ୟ କରୁଥିବା ଵ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା ।  ସମ୍ବଲପୁର ଜ଼ିଲ୍ଲା ଯୁଜୋମୁରା  ବ୍ଳକ ସମ୍ବିଳନି କକ୍ଷ ଠାରେ ଆୟୋଜିତ ଏହି କୋରାନା ଯୋଦ୍ଧା ସମ୍ମାନ କାଯ୍ୟକ୍ରମ ରେ ବ୍ଳକର ବିଡ଼ିଓ, ତହସିଲଦାର, ପୋଲିସ ଅଧିକାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସାମ୍ବାଦିକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ତଥା ବ୍ଳକର ବିଭିନ୍ନ ସରକାରୀ ପଦାଧିକାରୀ ମାନଙ୍କୁ ଉପଢ଼ୋକନ  ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।  ଆୟୋଜିତ ଏହି କରୋନା ଯୋଦ୍ଧା ସମ୍ମାନ କାଯ୍ୟକ୍ରମ ରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ  ,ବିଡ଼ିଓ ସରୋଜ ବିଶ୍ୱାଳ, ତହସିଲଦାର ସୁମନ ମିଞ୍ଜ  ପ୍ରମୁଖ ଅତିଥି ଭାବରେ ଯୋଗଦେଇ କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିଥିଲେ l  ଏଥିରେ ସଂଗଠନ ର ଅଧ୍ୟକ୍ଷ  ରାଜିବ ଲୋଚନ ପ୍ରଧାନ, ମହାସଚିବ ଡାକ୍ତର ରାଜାରାମ ଷଡ଼ଙ୍ଗୀ ,ପଶ୍ଚିମ ଓଡ଼ିଶାର ମୁଖ୍ୟ ସଂଯୋଜକ ରମାକାନ୍ତ ବିଶ୍ୱାଳ, ସମ୍ପାଦିକା ସୁଚିତ୍ରା ବେହେରା, ଉପ ସଭାନେତ୍ରୀ ସବିତା ପୃଷ୍ଟି ପ୍ରମୁଖ  ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.