ବଡ଼ବିଲ (ଶାସକ ପ୍ରଶାସକ) ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଏକ ବାର ଚକିଆ ଟ୍ରକକୁ ଜବତ କରିଛି ବଡ଼ବିଲ ପୋଲିସ। ଟ୍ରକରେ ୨୦ ଟନ ମାଙ୍ଗାନିଜ ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ପୋଲିସ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଚୋରିରେ ବ୍ୟବହୃତ ଏକ ବଲେରୋକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଡବ୍ଲୁ ବି ୫୯ବି ୮୮୫୩ ନମ୍ବର ବିଶିଷ୍ଟ ବାର ଚକିଆ ଟ୍ରକ ଗତକାଲି ଲସର୍ଦା ଅଞ୍ଚଳରେ ଏହି ମାଙ୍ଗାନିଜ ଲୋଡ଼ କରିଥିଲା। ନକଲି ଦସ୍ତାବିଜ ସାହାଯ୍ୟରେ ଏହାକୁ ପଶ୍ଚିମବଙ୍ଗର ଦୁର୍ଗାପୁରକୁ ଚାଲାଣ କରିଥାନ୍ତେ ମାଫିଆ। ତେବେ ବିର୍ସା ମୁଣ୍ଡା ଛକରେ ଭୋର ପ୍ରାୟ ୩ଟା ସମୟରେ ପୋଲିସ ହାତରେ ଟ୍ରକ ଧରା ପଡିଥିଲା। ଏହି ଟ୍ରକକୁ ପାଇଲଟ କରି ନେଉଥିବା ବଲେରୋ ଜେଏଚ୦୬ଡି ୨୮୨୧ ଜବତ ହୋଇଥିବା ବେଳେ ଟ୍ରକ ଓ ବଲେରୋ ଡ୍ରାଇଭରଙ୍କ ସମେତ ସମୁଦାୟ ୫ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଚୋରିର ମାଷ୍ଟର ମାଇଣ୍ଡ କୁହା ଯାଉଥିବା ବଡ଼ବିଲ ଅଞ୍ଚଳର ଏମଡି ଫିରୋଜ, ରୋଇଡା ଅଞ୍ଚଳର ଏମଡ଼ି ରଫିକ, ବନେଇକଳାର ବାଦଲ ପାତ୍ର, ଟ୍ରକ ଡ୍ରାଇଭର ସୟୁମ ଆନସାରୀ ଓ ବଲେରୋ ଡ୍ରାଇଭର କ୍ଷୀରୋଦ ବୁରୁଲି।
Sign in
Sign in
Recover your password.
A password will be e-mailed to you.
Next Post