ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ନାକ୍ଟିଦେଉଳ ରେଞ୍ଜ ଅଧିନସ୍ଥ ଜାମୁଜୋରୀ ପଞ୍ଚାୟତର ବିନ୍ଧପୁର ଗ୍ରାମ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଖବର ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ବିନ୍ଧପୁର ଗ୍ରାମର ଓାର୍ଡ ମେମ୍ବର ସୁରେଶ୍ ପ୍ରଧାନ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇ ଶେଷରେ ମୃତ୍ୟୁ ମୁଖରୁ କୌଣସି ମତେ ବଞ୍ଚିଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ସଂଗେ ସଂଗେ ବୁର୍ଲା ଡାକ୍ତରଖାନାକୁ ନେଇଯାଇଥିଲେ। ନାକଟିଦେଉଳ ରେଞ୍ଜ ଅଧିନ ଗ୍ରାମ ଗୁଡିକରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଛି। ମଣିଷ ମାରୁଥିବା ହାତୀଟିକୁ ବନ ବିଭାଗ ଟାଙ୍କୁଲାଇଜର ଦେଇ ତାକୁ ଅନ୍ୟତ୍ର ପଠାବାରେ ବିଫଳ ହୋଇଛି। ଏପରିକି ହାତୀଟିକୁ ନିଜ ଆୟତରେ ରଖିପାରୁ ନ ଥିବାରୁ ବହୁ ଧନ ଜୀବନ ଅକାଳରେ ଝରି ପଡୁଛି।

Leave A Reply

Your email address will not be published.