ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ବୈଠକ

0 1

ବାଲେଶ୍ୱର (ଉଜ୍ଜ୍ୱଳ କର): ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ, ବାଲେଶ୍ୱର ଶାଖା ପକ୍ଷରୁ ହରି ପ୍ଲାଜାରେ ଏକ ବୈଠକ ଅନୁଷ୍ଠିତ  ହୋଇ ଯାଇଛି । ଏଥିରେ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆସନ୍ତା ମାସରୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ବିଶେଷ ଗୁରୁତ୍ୱ ଦେବା ନିମନ୍ତେ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା । ଏଥି ସହିତ କିଛି ମାମଲାର ଆପୋଷ ସମାଧାନ ଉପରେ କର୍ମକର୍ତ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ରେ କିଛି ସଦସ୍ୟଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର ଜିଲା ସଭାପତି ସଂଘମିତ୍ରା ମହାନ୍ତିଙ୍କ ସମେତ ସମ୍ପାଦିକା ଲୀନା ପାଣିଗ୍ରାହୀ, ଗିରିଜା ମିଶ୍ର, ଚିନ୍ମୟ ବିଶ୍ୱାଳ, ସୁବ୍ରତ କୁମାର ଦାସ, ପ୍ରଶାନ୍ତ କୁମାର ପଣ୍ଡା, ରଶ୍ମିତା ବିଶ୍ୱାଳ, ବନ୍ଦିତା ମହାନ୍ତି, ଅଲିଭା ଦାସ ପ୍ରମୁଖ ଏହି ବୈଠରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

Leave A Reply

Your email address will not be published.