ରାସ୍ତା ଜବର ଦଖଲ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ।

0 1

ଟିଟିଲାଗଡ (ଗୌରବ ଦର୍ଜି)-ଟିଟିଲାଗଡ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ତାଲଵାହଲ ର ସାଲେଦମକ ଗ୍ରାମବାସୀ ନିର୍ଭର କରୁଥିବା ପୋଖରୀକୁ ସଂଲଗ୍ନ ହୋଇଥିବା ରାସ୍ତା ଉପରେ ଗାଁର କିଛି ଅସାଧୁ ବ୍ୟକ୍ତି ମାନେ ଜୋର ଜବରଦଖଲ କବଜା କରିଥିବାର ଅଭିଯୋଗ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତଥା ଗ୍ରାମବାସୀର ମିଳିତ ଆନୁକୂଲ୍ୟରେ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି।ସୂଚନ ଯୋଗ୍ୟ ଯେ କିଛି ଦିନତଳେ ଗାଁ ଲୋକେ ତହସିଲଦାରକୁ ଅଭିଯୋଗ କରି ଉକ୍ତ ରାସ୍ତା କୁ ଚିହ୍ନଟ କରାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି  ବ୍ୟକ୍ତିମାନେ ଦାଦାଗିରି କରି ଜୋର ଜବରଦଖଲ କରୁଛନ୍ତି ବୋଲି ସଇଁନ୍ତଳା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଆଗାମୀ ଦିନରେ ପ୍ରଶାସନ ଧ୍ୟାନ ଦେଇ ଏହାର ସମାଧାନ ନ କଲେ ଗ୍ରାମବାସୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମିଶି ନିଜେ ରାସ୍ତା ତିଆରି କରିବୁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ  ସର୍ବେଶ୍ୱର ମହାପାତ୍ର,କାନ୍ତି ବଗର୍ତ୍ତି,ଆତ୍ୟବତୀ ବଗର୍ତ୍ତି,ଆସ୍ମିତା ପଧାନ, ସଂଯୁକ୍ତା ପଧାନ,ସେବତୀ ଭୋଇ ଓ ଜାନକୀ ଭୋଇ ପ୍ରମୁଖ ଯୋଗଦେଇଥିଲେ।

 

Leave A Reply

Your email address will not be published.