ଚାଇଲ୍ଡଲାଇନ ଦ୍ଵାରା ମାନସିକ ଅସୁସ୍ଥ ୧୪ ବର୍ଷୀୟ ବାଳକ ଉଦ୍ଧାର। 

0 1
ଚିହ୍ନିଥିଲେ ଦୟାକରି ସୂଚନା ଦେବେ |

ଝାରସୁଗୁଡ଼ା / ସୁବାଷ ସାହାରେ :ଗତକାଲି ରାତି ୯.୩୦ ସମୟରେ ଝାରସୁଗୁଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଝାରସୁଗୁଡ଼ା ବେହେରାମାଲ ସ୍ଥିତ କିସାନ ଛକରେ ଏକ ୧୪ ବର୍ଷୀୟ ବାଳକକୁ ଏକାକୀ ବୁଲୁଥିବା ଦେଖି ଚାଇଲ୍ଡଲାଇନ ୧୦୯୮କୁ ଖବର ଦେଇଥିଲେ। ତୁରନ୍ତ ଚାଇଲ୍ଡଲାଇନ ଟିମ୍ ପହଞ୍ଚି ପୋଲିସ ଥାନାରେ ଏକ ଷ୍ଟେସନ ଡାଏରୀ କରିଥିଲେ। ଏହାପରେ ଶିଶୁ ମଙ୍ଗଳ ଅଧିକାରୀଙ୍କ ଆଦେଶ ଅନୁଯାୟୀ ତାକୁ ମୁକ୍ତାଶ୍ରୟରେ ରଖିବାର ବ୍ୟବସ୍ଥା କରାଯାଇଥିଲା। ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ଯେ ନାବାଳକଟି ମାନସିକ ଭାବରେ ଅସୁସ୍ଥ ଥିବାରୁ କିଛି କହିପାରୁ ନାହିଁ।  ଆଜି ସକାଳେ ଶିଶୁ ମଙ୍ଗଳ କମିଟିର ଆଦେଶ ଅନୁସାରେ ଚାଇଲ୍ଡଲାଇନ ନାବାଳକର ଡାକ୍ତରୀ ପରୀକ୍ଷା କରିଥିଲେ ଏବଂ ତାକୁ ମିଶନ ଆଶ୍ରାର ପୁରୁଷ କ୍ବାରେନ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯାଇଛି।ଏଠାରେ ତାର ସାମୟିକ ଥଇଥାନ ଓ ମାନସିକ ଅସୁସ୍ଥତାର ଚିକିତ୍ସା ହୋଇପାରିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନି ପାଢ଼ୀ କହିଛନ୍ତି। 

ଯଦି କେହି ବାଳକଟିର ପରିବାର ବା ଠିକଣା ସମ୍ବନ୍ଧରେ କିଛି ମଧ୍ୟ ଜାଣିଥାନ୍ତି, ତେବେ ଚାଇଲ୍ଡଲାଇନ,ଶିଶୁ ମଙ୍ଗଳ କମିଟି କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.