ଏପ୍ରିଲ ୪ ଗୁଳିକାଣ୍ଡର ମୁଖ୍ୟ ଆସାମୀ ଗିରଫ: ପିସ୍ତଲ,ବାଇକ ଓ ୧୧ ମୋବାଇଲ ଜବତ

0 2

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀ ବୁଗୁଡା ଜଗତପାଟଣା  ଗ୍ରାମର ସ୍ବର୍ଗତ ମାଗୁଣି କରଙ୍କ ପୁଅ ମୁନା ଓରଫ ଅର୍ଜୁନ କର( ୩୨)କୁ ପୋଲିସ ଗିରଫ କରିବା ସହ ତାହାଠାରୁ ଏକ ପିସ୍ତଲ, ଏକ ୟାମାହା ଏଫଜେଡ ବାଇକ ଓ ୧୧ ଗୋଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ପୂର୍ବରୁ ବୁଗୁଡା ଅରବିନ୍ଦ ନଗର ଚତୁର୍ଥ ଗଳିର ଭଗବାନ ସାହୁ(୨୭) ଓ ଧନୁ ସାହୁ (୨୧) ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟ ଆସାମୀ ମୁନାକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପ୍ରକାଶ ଥାଉକି ଗତ ଏପ୍ରିଲ ୪ ତାରିଖ ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ନୟାଗଡ଼ ଜିଲ୍ଲା ଫତେପୁର ଥାନା ଅନ୍ତର୍ଗତ ମଣିପୁର ଢେପସାହିର  ରଞ୍ଜନ ଦଳେଇଙ୍କୁ ଅତି ନିକଟରୁ ପିସ୍ତଲରେ ଗୁଳିମାଡ଼ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଭୁବନେଶ୍ୱର ବ୍ରାଉନ ସୁଗାର ଜବତ ଘଟଣାରେ ରଞ୍ଜନଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଥିଲା। ଏନେଇ ବୁଗୁଡା ଥାନା କେଶ ନଂ ୮୪ ତାରିଖ ୮/୪/୨୦ ଧାରା ୩୨୦, ୧୨୦ ବି, ୨୫, ୨୭ ଆର୍ମ ଆକ୍ଟ, ୩ (୨)ଓ ଏସସି ଏଣ୍ଡ ଏସଟି ଆକ୍ଟ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ମୁନାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଅଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.