ଟିଟିଲାଗଡ (ଗୌରବ ଦର୍ଜି)-ଓଡ଼ିଶା ର ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେବାରୁ ଓଡ଼ିଶା ସରକାର ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଛନ୍ତି। ଆଜି ବଲାଙ୍ଗିର ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନେତୃତ୍ୱ ରେ ଟିଟିଲାଗଡ ପୋଲିସ ପକ୍ଷରୁ ମୋ ସରକାର ଯୋଜନାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଉପସ୍ଥିତ ହୋଇ ଫିତା କାଟି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ। ପୋଲିସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପର କରିଥିଲେ ଭୁୟସୀ ପ୍ରଶଂସା | ଏହି ରକ୍ତ ଦାନ ଶିବିର ରେ ଟିଟିଲାଗଡ ପୋଲିସ ଷ୍ଟେସନ ଏସ ଆଇ ମନୋଜ ମୁଣ୍ଡା ଙ୍କ ସହିତ ଅନେକ ପୋଲିସ କର୍ମଚାରୀ , ହୋମ ଗାର୍ଡ ମଧ୍ୟ ରକ୍ତ ଦାନ କରିଥିଲେ। ଏଥିରେ ଟିଟିଲାଗଡ ପୋଲିସ ର ଡିଏସପି ଶ୍ରୀ ଏସ ଏନ୍ ଶତପଥୀ , ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଟିଟିଲାଗଡ ସରକାରୀ ଡାକ୍ତରଖାନା ର ରକ୍ତ ଭଣ୍ଡାର ର ସଦସ୍ୟ, କୋଶଳ ରକ୍ତ ଭଣ୍ଡାର ର ସଦସ୍ୟ, ରେଡ୍ କ୍ରସ ର ସଦସ୍ୟ , ଟିଟିଲାଗଡ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ , ୱାର୍ଡ ମେମ୍ବର, ଆଦି ଉପସ୍ଥିତ ଥିଲେ। ତଥ୍ୟ ସଂଗ୍ରହ ହେବା ପର୍ଯ୍ୟନ୍ତ ପ୍ରାୟ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ସାରିଥିଲା। ଏହି ମେଗା ରକ୍ତ ଦାନ ଶିବିର ରେ ଟିଟିଲାଗଡ ର ଅନେକ ନାଗରିକ ରକ୍ତ ଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ ରକ୍ତ ଦାତା ମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ବୋଧନ କରିଥିଲେ।
Sign in
Sign in
Recover your password.
A password will be e-mailed to you.