ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ : ଜିଲ୍ଲାପାଳ ଅନୁପମ ସାହା

0 1

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ତାମିଲନାଡୁ ରୁ ୧୨ ଜଣ , ତେଲେଙ୍ଗାନା ରୁ ଜଣେ , ଆନ୍ଧ୍ରପ୍ରଦେଶ ରୁ ଜଣେ  , ଜଣେ କର୍ଣ୍ଣାଟକ ରୁ ଫେରନ୍ତା  । 

ଗୋଷାଣୀ ବ୍ଳକରୁ ୨୨ଜଣ , ରାୟଗଡ ବ୍ଳକରୁ ୨ ଜଣ , ଗୁମ୍ମା ବ୍ଳକରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ମୋଟ ୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ  ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୭ଜଣ  ଅନ୍ୟ ୨୨ ଜଣ ଆକ୍ରାନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ୨୯ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୩୮୪ ରେ ପହଞ୍ଚିଲା କରୋନା ପଜିଟିଭ୍ ସଂଖ୍ୟା। ଆଜିର ସମସ୍ତ ୨୯ ଜଣଙ୍କର କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.