ଖୁନ୍ତାମାଲ ପଞ୍ଚାୟତରେ ସରପଞ୍ଚଙ୍କ ବିନା ଦସ୍ତଖତରେ ନୋଟିସ, ନିଲାମ ପ୍ରକ୍ରିୟା ଅଧାରୁ ବନ୍ଦ 

0 2

ଝାରସୁଗୁଡ଼ା/ସୁବାଷ ସହାରେ : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମ ପଞ୍ଚାୟତରେ ସରପଞ୍ଚ,  ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିପିଇଓ ରାଜୀବ ଭବନରେ ନିଲାମ ବୈଠକ ଡକାଇ ଅଧିକାରୀ ମାନେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ଖୁନ୍ତାମାଲ ଗ୍ରାମ ପଞ୍ଚାୟତ ତରଫରୁ ପଞ୍ଚାୟତର ସାପ୍ତାହିକ ବଜାର, ଖୁନ୍ତାମାଲ ରନାକଟା ମୁଡ଼ା, ମାନପଡା ମୁଡା, ରେଙ୍ଗାଳପଡ଼ା ମୁଡା, ଜାମଡ଼ିହି ବନ୍ଧ ଏବଂ ସୁଡୁଙ୍ଗର ମହୁଲ ବଗିଚା କୁ ନେଇ ବୁଧୁବାର ଦିନ ୧୦ ଟା ସମୟରେ ନିଲାମ କରାଯିବ ବୋଲି ନୋଟିସ ଦିଆଯାଇଥିଲା । ସୂଚନା ପାଇ ଗ୍ରାମବାସୀ ସମୟ ଅନୁଯାୟୀ ବୈଠକ ସ୍ଥାନରେ ପହଞ୍ଚିଥିଲେ । ହେଲେ ସେଠି ସବୁ ଗୋଳମାଳ । ନୋଟିସରେ ୬ଟି ନାମ ରହିଥିବା ବେଳେ ବୈଠକରେ କେବଳ ୩ଟି ନାମକୁ ଡକାଯାଇଥିଲା ଏବଂ ୩ଟି ନିଲାମକୁ ଲୁକାୟିତ ରଖିଥିଲେ । ପରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । ସରପଞ୍ଚ ଙ୍କୁ ପଚାରିବାରୁ ନୋଟିସ ବାବଦରେ ମୁଁ କିଛି ଜାଣିନାହିଁ ବୋଲି କହିଥିଲେ । ଜିପିଇଓ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ତୁମ ନାମ କୁହ ତୁମ ନାଁରେ କେଶ କରାଯିବ କହିଥିଲେ ବୋଲି ବ୍ୟକ୍ତି ଜଣକ କହିଛନ୍ତି । ସମସ୍ତ ଅଧିକାରୀ ମିଳିମିଶି ଜନସାଧାରଣ ଙ୍କୁ ଭୁଆଁ ବୁଲାଇଥିବା ସ୍ପଷ୍ଟ ଜଣାପଡିଛି । ସେପଟେ ଏ ବିଷୟରେ ଜିପିଇଓ  ସରିତା ଟପ୍ନୋଙ୍କୁ ପଚାରିବାରୁ ଆଇନ ଅନୁଯାୟୀ ନୋଟିସ ଦେଇନଥିବାରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏ ବିଷୟରେ  ଆଇନ ଅନୁଯାୟୀ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବି ବୋଲି କହିଛନ୍ତି । ଲୋକଙ୍କ ନାମରେ କେଶ କରାଯିବ ବୋଲି କହିଥିବା ବିଷୟରେ ପଚାରିବାରୁ ନିଲାମ ପ୍ରକ୍ରିୟାକୁ ଏଡାଇ ଦେଇ କୋଭିଡ ନିୟମ ପାଇଁ ମୁଁ ସେମିତି କହିଥିଲି ବୋଲି କହିଛନ୍ତି । ପୂର୍ବରୁ ସୂଚନା ଦେଇ ଆଉଦିନେ ନିଲାମ ପ୍ରକ୍ରିୟା କରାଯିବ ବୋଲି ମଧ୍ୟ କହିଛନ୍ତି । ସେପଟେ ଏଭଳି ବେନିୟମ କରିବାରେ ଭୁଲ କାହାର ? ଲଇକେରା ବ୍ଲକ କାର୍ଯ୍ୟାଳୟ ଚିଠିରେ କେବଳ ପଞ୍ଚାୟତ ନାମ , ସମୟ ଓ ତାରିଖ ଉଲ୍ଲେଖ ରହିଥିବା ବେଳେ ସରପଞ୍ଚ ଙ୍କ ଦସ୍ତଖତ ରହିଛି । ପଞ୍ଚାୟତ ପକ୍ଷରୁ କେବଳ ସାଧା କାଗଜରେ ୬ଟି କାର୍ଯ୍ୟର ନାମ ରହିଥିବା ବେଳେ କାହାରି ଦସ୍ତଖତ ରହି ନାହିଁ । ବିନା ଦସ୍ତଖତ ରେ କେଉଁ ନିୟମ ଅନୁଯାୟୀ ଏଭଳି ନୋଟିସ ଦେଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave A Reply

Your email address will not be published.