ଝାରମୁଣ୍ଡା ଗ୍ରାମ ପଞ୍ଚାୟତକୁ ଶଟ୍ ଡାଉନ କଲେ ସରପଞ୍ଚ।।। 

0 2

ଝାରସୁଗୁଡ଼ା/ସୁବାଷ ସହାରେ :ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ କୋରୋନା ଆକ୍ରାନ୍ତ ହେବା ପରେ ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକ ଅନ୍ତର୍ଗତ ସମଗ୍ର ଝାରମୁଣ୍ଡା ଗ୍ରାମ ପଞ୍ଚାୟତକୁ ଶଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ। 

ସରପଞ୍ଚ ନଟୱର ଅଗ୍ରୱାଲଙ୍କ କହିବା ଅନୁସାରେ “ଆମେ ବାଗଡିହି ପ୍ରାଥମିକ କେନ୍ଦ୍ରର ଜଣେ ଫାର୍ମାସିଷ୍ଟଙ୍କ କୋଭିଡ -19 ସଂକ୍ରମିତ ହେବା ଖବର ଆସିବା ପରେ ସମଗ୍ର ପଞ୍ଚାୟତ ଅଞ୍ଚଳକୁ ସାତଦିନ ପାଇଁ ଶଟ୍ ଡାଉନ୍ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛୁ। “

ସୂଚନା ମୁତାବକ ଫାର୍ମାସିଷ୍ଟ ଜଣକ ଭୁବନେଶ୍ବରରୁ ଫେରିଥିଲେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଖାପାଖି 200 ଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ବ୍ୟତୀତ ସେ ଆଖପାଖରେ ଥିବା ଗ୍ରାମଗୁଡ଼ିକ ଯାଇ ମଧ୍ୟ ରୋଗୀଙ୍କ ଚିକିତ୍ସା କରିଥିଲେ। ସେଥିପାଇଁ ସରପଞ୍ଚ ଶଟ୍ ଡାଉନର ନିଷ୍ପତ୍ତି ନେଲେ। ଶଟ୍ ଡାଉନ୍ ସମୟରେ କେବଳ ତେଜରାତି ଦୋକାନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଓ ଔଷଧ ଦୋକାନ ଗୁଡ଼ିକ ସକାଳ ୭ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ସରପଞ୍ଚ ଶ୍ରୀ ଅଗ୍ରୱାଲ କୁହନ୍ତି। “ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ ଯେଉଁମାନେ ଉକ୍ତ ଫାର୍ମାସିଷ୍ଟଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସ୍ବେଚ୍ଛାକୃତ ଭାବରେ ନିଜର ସ୍ବାବ ନମୂନା ପରୀକ୍ଷା ନିମନ୍ତେ ଆଗେଇ ଆସନ୍ତୁ।” 

ସୂଚନାଯୋଗ୍ୟ ଯେ ଫାର୍ମାସିଷ୍ଟଙ୍କର ଏହି ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଜିଲ୍ଲାପାଳ ଶ୍ରୀ  ସରୋଜ କୁମାର ସାମଲ ତାଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି।

 

Leave A Reply

Your email address will not be published.