“ବିଜେପି ଦେଶବାସୀଙ୍କ ପ୍ରତି ପ୍ରବଞ୍ଚନା ଆଉ ପ୍ରତାରଣା କରିଛି”

0

 ଆଗରୁ ବ୍ରିଟିଶର ଭାଗଭାଗ କରୁଥିଲେ, ହେଲେ ଏବେ ବିଜେପି ଦେଶକୁ ଭାଗ ଭାଗ କରୁଛି : ମାଣିକ ସରକାର 

ଭୁବନେଶ୍ୱରରୁ ଗିରିଜା ଶଙ୍କର  ଦାଶ :  “”ଆଗରୁ ବ୍ରିଟିସର ମାନେ  ଦେଶକୁ  “ଡିଭାଇଡ ଆଣ୍ଡ ରୁଲ ” ମଧ୍ଯ୍ୟମାରେ ଦେଶବାସୀଙ୍କୁ ବିଭାଜିତ କରି ଶାସନ କରିଥିଲେ | ଏବେ ଏକ ସରକାର ଜାତି, ଧରମ, ବର୍ଣ ଆଦିରେ ଦେଶକୁ ବିଭାଜିତ କରି ଦେଶକୁ ଶାସନ କରୁଛି | ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଗଲା ପରେ ଲୋକଙ୍କୁ ପ୍ରବଞ୍ଚନା କରୁଛି | ରାଜନୀତି କରିବାରେ ମନା ନାହିଁ । ହେଲେ ରାଜନୀତିରେ ଆଦର୍ଶକୁ ଭୁଲି ବିଜେପି ସୁବିଧାବାଦୀ ରାଜନୀତିରେ ମାତିଛି `| ଏ ସରକାର ପ୍ରବଞ୍ଚକ, ପ୍ରତାରକ, ସୁବିଧାବାଦୀ ତଥା ନୀତିହୀନ ସରକାର |  କ୍ଷମତାକୁ ଆସିଲେ ବର୍ଷକୁ ୨କୋଟି ଯୁବକଙ୍କୁ ଚାକିରୀ ଦେବା ବୋଲି କହିଥିଲେ | ପରେ ତାର ସଭାପତି କହୁଛନ୍ତି ” ତାହା ଜୁମଲା ଥିଲା” | ବିଦେଶରେ ଥିବା କଳାଟଂକା  ଦେଶକୁ ଡେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିଲା | ହେଲେ ଆଣିବା ତ ଦୂରର କଥା, ତାଲିକା ଭି ପ୍ରକାଶ କରିପାରିଲାନି | ସମସ୍ତଙ୍କ ଆକାଉଣ୍ଟ କୁ ୧୫ ଲକ୍ଷ ଟଂକା  ଲେଖାଏ ପହଂଚିଯିବ ବୋଲି କହିଥିଲେ, କୁଆଡେ ଗଲା ? ତେଣୁ ଏଇ କି ରାଜନୈତିକ ମୂଲ୍ୟବୋଧ ? ବିରୋଧୀ ଦଳରେ ଥିଲେ ଗୋଟେ କଥା, କ୍ଷମତାକୁ ଗଲେ ଗୋଟେ କଥା !! ଗୋଟାଏ ସରକାର ୪ ବର୍ଷ ଧରି କେନ୍ଦ୍ରରେ ଶାସନକ୍ଷମତାରେ ଥିଲେ ମଧ୍ୟ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି ।  ଦରଦାମ ହୁ ହୁ ହୋଇ ବଢୁଛି, ତାକୁ ନିୟନ୍ତ୍ରଣ କରି ପାରୁନି ଏ ସରକାର | “ନୋଟ ବନ୍ଦୀ” ଦ୍ୱାରା ଅନେକ ଲୋକ ନିଯୁକ୍ତି ହରାଇଲେ | ଜିଏସଟି ଛୋଟଛୋଟ ବେପାରୀଙ୍କ ପେଟରେ ଲାତ ମାରିଲା | ବିଜେପି ସରକାରର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଦେଶରେ ଅର୍ଥନୈତିକ ସଙ୍କଟ ବଢ଼ିଚାଲିଛି | ତେଣୁ ଏଭଳି ଅବାସ୍ତବ, ପ୍ରତାରକ ସରକାର ବିରୋଧରେ ବିକଲପ ସୃଷ୍ଟି ପାଇଁ ଐକ୍ୟବଦ୍ଧ ଉଦ୍ୟମ ଦରକାର””  ବୋଲି କହିଛନ୍ତି “ମାଟିର ମାନୁସ” ଭାବେ ପରିଚିତ ତଥା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଏକଦା ପରିଚିତ ତଥା ତ୍ରିପୁରା ବିଧାନସଭାର ବିରୋଧୀ ଦଳ ନେତା ମାଣିକ ସରକାର | 

ସ୍ଥାନୀୟ ଜୟଦେବ ଭବନଠାରେ  ରାଜକିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଓ ସ୍ମାରକୀ ବକ୍ତୃତାମାଳରେ ଉଦ୍ବୋଧନ ଦେଇ ଶ୍ରୀ ସରକାର ଯେ ୭୧ ବର୍ଷର ସ୍ୱାଧୀନତା ପରେ ବି ଦେଶବାସୀ ସମସ୍ୟାରେ ବୁଡ଼ି ରହିଛନ୍ତି । ରାସ୍ତାଘାଟ, ବିଜୁଳି,ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ତଙ୍କ ପାଖରେ ପହଞ୍ଚି ପାରିନି । ଅଧାରୁ ଅଧିକ ମହିଳା ପୌଷ୍ଟିକ ଖାଦ୍ୟ ପାଉନାହାନ୍ତି | ୫୫% ଶିଶୁ ଅପପୁଷ୍ଟିରେ ଶିକାର | ୩୦-୪୦% ଲୋକ ନିରକ୍ଷର | ୫୫% ଯୁବକ ବେକାର `| ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଆଉ ଦକ୍ଷ ମାନବ ସମ୍ବଳ ଥାଇ ବି  ସ୍ୱାଧୀନତାର ସ୍ୱପ୍ନ ଓ ବାସ୍ତବତା ଭିତରେ ଆକାଶ ପାତାଳ ପ୍ରଭେଦ  ଆଜି ବି ଜାରି ରହିଛି ବୋଲି ମାଣିକ ସରକାର କହିଛନ୍ତି | 

ତ୍ରିପୁରାରେ କ୍ରମାଗତ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତାରେ ଥିଲେ ମାନିକ ସରକାର । ମାତ୍ର ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କ ନେତୃତ୍ୱରେ ବାମମେଣ୍ଟର ପରାଜୟର କାରଣ ପଛରେ ବିଜେପିର ଅବାସ୍ତବ ଓ ଅସତ୍ୟ ପ୍ରତିଶ୍ରୁତିକୁ ସେ ଦାୟୀ କରିଛନ୍ତି । ତ୍ରିପୁରା ଭଳି ଏକ ଛୋଟ ରାଜ୍ୟରେ ବିଜେପି ଲୋକଙ୍କୁ ଗଦା ଗଦା ମିଥ୍ୟା ଓ ଅବାସ୍ତବ ପ୍ରତିଶ୍ରୁତି ଦେଇଛି । ୯ ଲକ୍ଷ ଯୁବକଙ୍କୁ ଚାକିରି ଦେବାର ଲୋଭ ଦେଖାଇଛି । ମାତ୍ର ଏହା କିଭଳି ସମ୍ଭବ  । ତୁମେ ରାଜନୀତି କର, ହେଲେ ଲୋକଙ୍କୁ ପ୍ରବଞ୍ଚନା କରିବାର ଅଧିକାର କିଏ ଦେଲା ବୋଲି ଶ୍ରୀ ସରକାର ପ୍ରଶ୍ନ କରିଛନ୍ତି |  ରାଜନୀତିରେ ମୂଲ୍ୟବୋଧକୁ ବିଜେପି ଭୁଲି ପ୍ରତାରଣାରେ ଲିପ୍ତ ରହିଛି । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ମାନିକ କହିଛନ୍ତି ।

06-05-18-g.jpg - 87.54 kB

ଆୟୋଜିତ ଉତ୍ସବରେ ପାଟକୁରା ଗାନ୍ଧୀ ଭାବେ ସୁପରିଚିତ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଉପରେ ତାଙ୍କ ପତ୍ନୀ  ନିର୍ମଳପ୍ରଭା ନାୟକଙ୍କଦ୍ୱାରା ପ୍ରଣୀତ ‘ସାୟାହ୍ନର ସ୍ମୃତି’ କୁ ଉନ୍ମୋଚନ କରିଥିଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ । ପୁସ୍ତକର ମୁଖବନ୍ଧ ଲେଖିଥିବା ବିଶିଷ୍ଟ ଲେଖକ ଓ କଥାକାର ଗୌରହରି ଦାସ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ସୀତାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଜୀବନ ଆଦର୍ଶର ଆଚରଣ ଆଉ ଉଚ୍ଚାରଣ ରେ ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ  । ସ୍ୱର୍ଗତ ନାୟକଙ୍କ ପୁଅ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ  ସ୍ୱାଗତ ଭାଷଣ ଦେଇ ଦେବୋପମ ପିତାଙ୍କ ସହ ବିତିଥିବା ଆମୂଳ୍ୟ ମୁହୁର୍ତରେ ଅବତାରଣା କରିଥିଲେ |  ମଞ୍ଚରେ ସ୍ୱର୍ଗତ ନାୟକଙ୍କ ଧର୍ମପତ୍ନୀ ତଥା ‘ସାୟାହ୍ନର ସ୍ମତି’ ଲେଖିକା  ନିର୍ମଳପ୍ରଭା ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.