ପୁଣି ଚର୍ଚ୍ଚାରେ ବିଜୟ ମହାପାତ୍ର : “ସାୟାହ୍ନର ସ୍ମୃତି” କହିଦେଲା ଅକୁହା କଥା
“”୧୯୭୭ରେ ବିଜୟ କରିଥିବା ଷଡଯନ୍ତ୍ରର ଫଳ ମିଳିଲା ୨୦୦୦ରେ! ରାଜକିଶୋରଙ୍କ ଟିକଟ କଟିଥିଲା ପ୍ରିୟ ଶିଷ୍ୟ ବିଜୟଙ୍କ ପାଇଁ !! ବିଜୟଙ୍କ ଟିକଟ କଟି ଟିକେଟ ପାଇଲେ ଗୁରୁପୁତ୍ର ଅତନୁ ! ଏହା କାକତାଳୀୟ ହୋଇଥାଇପାରେ । ହେଲେ ନିର୍ମଳପ୍ରଭାଙ୍କ ଭାଶାରେ କର୍ମର ଉଚିତ ତଥା ନିର୍ଦ୍ଧାରିତ ପରିଣତି ।””
ଭୁବନେଶ୍ୱର/ ଗିରିଜା ଶଙ୍କର ଦାଶ : “୧୯୭୭ ମସିହାରେ ତୁମ ଟିକେଟ କଟିବା ଏବଂ ୨୦୦୦ ମସିହାରେ ଟିକେଟ ଅଚାନକ କଟିବା ଏବଂ ଅତନୁକୁ ଟିକେଟ ମିଳିବା , ଏ ଦୁଇଟି ଘଟଣାକୁ ଭଲକରି ନିରୀକ୍ଷଣ କଲେ ଭଗବାନ ଯେ ସବୁ କର୍ମର ଉଚିତ ପରିଣତି ନିର୍ଦ୍ଧାରଣ କରନ୍ତି, ତା ପ୍ରମାଣିତ ହୋଇ ଯାଉଛି ।”
ରବିବାର ଲୋକାର୍ପିତ ହୋଇଯାଇଥିବା ବିଶିଷ୍ଟ ଗାନ୍ଧିବାଦୀ, ପାଟକୁରା ଗାନ୍ଧୀ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ନିର୍ମଳପ୍ରଭା ନାୟକଙ୍କ ପୁସ୍ତକ “ସାୟାହ୍ନର ସ୍ମୃତି” ରେ ଏକଥା ଉଲ୍ଳେଖ ରହିଛି । ଶୂଣାଯାଉଥିଲା, ଚର୍ଚ୍ଚା ହେଉଥିଲାଯେ ସ୍ୱର୍ଗତ ରାଜକିଶୋରଙ୍କ ଟିକଟ ୧୯୭୭ ମସିହାରେ ଫେରାଇବା ପଛରେ ବିଜୟ ମହାପାତ୍ରଙ୍କ ହାତ ଥିଲା । ହେଲେ ସ୍ୱର୍ଗତ ରାଜକିଶୋର କେବେ ତାହା ନିଜ ମୁହଁରେ ସର୍ବସମକ୍ଷରେ କହିନଥିବା ଯୋଗୁ ତାହା ଦାନା ବାନ୍ଧ ନଥିଲା । ହେଲେ ରବିବାର ଲୋକାର୍ପିତ “ସାୟାହ୍ନର ସ୍ମୃତି” ପୁସ୍ତକରେ ସ୍ୱର୍ଗତ ରାଜକିଶୋରଙ୍କ ଧର୍ମପତ୍ନୀ ନିର୍ମଳପ୍ରଭାଙ୍କ କେଇଧାଡି କଥା ଲୋକମୁଖରେ ଚର୍ଚ୍ଚା ହେଉଥିବା ଶୁଣାକଥାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ପ୍ରମାଣିତ କରିଛି । ଆଉ ନିର୍ମଳପ୍ରଭାଙ୍କ ପୁସ୍ତକକୁ ସମୀକ୍ଷା କରି ଆଉ ସେଥିରୁ ଉଦ୍ଧାର କରି ମୁଖବନ୍ଧରେ ଯାହା କୁହାଯାଇଛି ତାହା ଦର୍ଶାଇଛି ଯେ ବିଜୟ ମହାପାତ୍ର ଥିଲେ ୧୯୭୭ର ସେହି ଖଳନାୟକ, ଯିଏ ସ୍ବର୍ଗତ ରାଜକିଶୋର ନାୟକ ୧୯୭୭ ରେ ପାଟକୁରାରୁ ପାଇଥିବା ଟିକଟ ହାତଛଡା କରିବାକୁ ବାଧ୍ୟ ହୋଇଥିଲେ ଢ ରାଜକିଶୋର ନିଜ ପ୍ରିୟ ଛାତ୍ରଙ୍କ କାର୍ଯ୍ୟରେ ସିନା ନୀରବ ରହିଥିଲେ, ହେଲେ ଓଡିଶା ରାଜନୀତିର ସେଇ ଗହନକଥା ବା ପାଟକୁରା ଗାନ୍ଧୀଙ୍କ ପ୍ରତି ହୋଇଥିବା ଷଡଯନ୍ତ୍ର ଉଲ୍ଲେଖ କରିଛନ୍ତି ତାଂକ ରୂଷିପ୍ରତିମ ଜୀବନର ସହଯାତ୍ରୀ ତଥା ଧର୍ମପତ୍ନୀ ନିର୍ମଳପ୍ରଭା ନାୟକ |
“ସାୟାହ୍ନର ସ୍ମୃତି” ପୁସ୍ତକରେ ର୍ନିମଳ ପ୍ରଭା ରାଜ କିଶୋରଙ୍କ ଦାମ୍ପତ୍ର୍ୟ ଜୀବନ ଉପରେ କେନ୍ଦ୍ରୀଭୂତ ହୋଇଥିଲେ ମଧ୍ୟ ଏଥିରେ ସେ ସମୟର ସାମାଜିକ ଏବଂ ରାଜନୈତିକ ଚିିତ୍ର ରହିଛି । ଏହି ପୁସ୍ତକର ମୁଖବନ୍ଧରେ ଯାହା ଲେଖାଯାଇଛି ଆଉ ନିର୍ମଳାପ୍ରଭା ତାକ ପୁସ୍ତକରେ ଯାହା ଇଙ୍ଗିତ କରିଛନ୍ତି ସେଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି । ୧୯୭୭ରେ ଚକ୍ରାନ୍ତ କରି ବିଜୟ ମହାପାତ୍ର ରାଜକିଶୋରଙ୍କ ଟିକେଟ କାଟିଥିଲେ । ରାଜକିଶୋରଙ୍କ ଏକଦା ପ୍ରିୟ ଛାତ୍ର ବିଜୟ ମହାପାତ୍ର କିଭଳି ରାତାରାତି ଯାଇ “ବିଜୁ ବାବୁ ଡ଼କାଇଛନ୍ତି” କହି ରାଜ କିଶୋରଙ୍କ ଡାକି ଆଣିଥିଲେ ଏବଂ ଶେଷ ମୁହୁର୍ତ୍ତରେ ତାଙ୍କର ଟିକେଟ ଫେରାଇ ନେବା ବ୍ୟବସ୍ଥା କରିଥିଲେ, ସେସବୁ ବିଷଦ ଭାବେ ନିର୍ମଳପ୍ରଭା ତାଙ୍କ ଏହି ପୁସ୍ତକରେ ଲେଖିଛନ୍ତି ।
ରାଜକୀଶୋରଙ୍କ ସକ୍ରିୟ ରାଜନୀତିରୁ ସନ୍ୟାସ ଦେବାଲାଗି ବିଜୟ ମହାପାତ୍ର ହିଁ କୂଟନୈତିକ ଜଳ ବିଛାଇ ଥିଲେ ବୋଲି ଉକ୍ତ ଲେଖାରୁ ପ୍ରତୀୟମାନ ହୁଏ । ଏହା କାକତାଳୀୟ କୁହାଯାଇପାରେ ବା ସୁପରିକଳ୍ପିତ, ହେଲେ ନିର୍ମଳ ପ୍ରଭାଙ୍କ ସ୍ୱୀକାରୋକ୍ତିି ତାହାହିଁ କହେ । ତାଙ୍କ ଲେଖାରୁ ଏଇଆ ପ୍ରତିୟମାନ ହେଉଛି ରାଜକିଶୋର ଟିକେଟ ଫେରାଇଦେବା ପରେ ଶ୍ରୀକାନ୍ତ ଜେନା ଏବଂ ପ୍ରହଲ୍ଲାଦ ମଲ୍ଲିକଙ୍କ ମଧ୍ୟରେ ଥିବା ସଂଘର୍ଷ ଥଣ୍ଡା ପଡିଥିଲା । ପ୍ରଲ୍ହାଦ ବାବୁଙ୍କୁ ପାଟକୁରାରୁ ଏବଂ ଶ୍ରୀକାନ୍ତଙ୍କୁ ବରୀ-ଡେରାବିଶିରୁ ପ୍ରାର୍ଥୀ କର ଯାଇଥିଲା । ଏହି ଘଟଣା ସେତେବେଳେ ଓଡିଶା ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା । କେବଳ ଏତିକି ନୁହେଁ ଗୋଟେ ସମୟରେ ନିଜେ ନିର୍ମଳପ୍ରଭାଙ୍କୁ ରାଜନୀତିରେ ଅବତୀର୍ଣ ହେବାପାଇଁ ବିଜୁ ବାବୁ ଆମନ୍ତ୍ରଣ ଜଣାଇ ଥିବା କଥା ସେ ବହିରେ ଉଲ୍ଲେଖ ଅଛି । ମାତ୍ର ଶିକ୍ଷୟିତ୍ରୀ ର୍ନିମଳ ପ୍ରଭା ତାହାକୁ ପ୍ରତ୍ୟାଖ୍ୟାନ କରିଥିବା ଉଲ୍ଲେଖ ଅଛି “ସାୟାହ୍ନର ସ୍ମୃତି” ପୁସ୍ତକରେ ।
ଏହି ପୁସ୍ତକରେ ତାଙ୍କ ଦାମ୍ପତ୍ୟ ଜୀବନର ମଧୁର ଓ ତିକ୍ତ ଅନୁଭୁତିକୁ ନିଛକ ଭାବେ ଉପସ୍ଥାପିତ କରିଛନ୍ତି ନିମଳପ୍ରଭା
ସେ ଲେଖିଛନ୍ତି :
“ସଂସାରକୁ ଦେଖେଇବା ଭଳି କୌଣସି ଜିନିଷ ନଦେଲେ ମଧ୍ୟ କାହିଁକି ତୁମେ ମୋତେ ଏତେ ଭଲ ଲାଗ ଜାଣି ପାରେନା !!!
ତୁମେ ଭାବୁଛ ଗୁଡିଏ ସୁସନ୍ତାନ ଦେଇ ମୋର କୋଳ ଭାରି ଦେଇଛ ହେଲେ ତାହାହିଁ ତା ମୋର ଦୁଃଖ ବଢିବାର କାରଣ ସମସ୍ତଙ୍କ ଠାରେ ତୁମର ରୂପ ଓ ତୁମର ଗୁଣ ଭରି ଦେଇଛ ଯାହାକୁ ଚାହିଁଲେ ତୁମର ଠାଣି । ତୁମକୁ ଭୁଲିବି କେମିତି !!!”