ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲାର ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜୀବିକା ଓ କୌଶଳ ବିକାଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହିତ ତାଙ୍କ ବକ୍ତବ୍ୟରେ ଗ୍ରମାଞ୍ଚଳର ବେକାର ଯୁବକଯୁବତୀ କୈଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ତରଫରୁ ପ୍ରଦତ୍ତ ବିଭିନ୍ନ ବ୍ୟବସାୟ ପାଇଁ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବା ସହିତ ପରିବାରକୁ ଆର୍ଥିକ ସ୍ବଛ୍ଛଳ କରିବାରେ ସହାୟତା ହେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠୀ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ସରକାରୀ ଯୋଜନାର ସଫଳରୂପାୟନ ତୄଣମୂଳ ସ୍ଥରରେ ଯେପରି ହୋଇପାରିବ ତାଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣୀ ନାଏକ,ପଦ୍ମପୁର ଉପଜିଲ୍ଲାପାଳ ଦୈଳତ ଚନ୍ଦ୍ରକାର ଏବଂ ବରଗଡ଼ ଡି.ପି.ଏମ ରାଜଗୋପାଳ ଦାଶ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକ୍ରମ ଜନସାଧାରଣଙ୍କ ଅବଗତ ନିମନ୍ତେ ବିଭିନ୍ନ ଷ୍ଟଲ ଗୁଡିକରେ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବ୍ଳକର ସର୍ବୋତ୍ତକୄଷ୍ଟ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାବରେ ଇନ୍ଦିରା ସ୍ବୟଂସହାୟକ ଗୋଷ୍ଠୀ ଜ୍ଞାନ,ତାରାତାରିଣୀ ସ୍ବୟଂସହାୟକ ଗୋଷ୍ଠୀ ବରିକେଲ ଏବଂ ନାରାୟଣ ସ୍ବୟଂସହାୟକ ଗୋଷ୍ଠୀ ବୁକାଝୁଲାଙ୍କୁ ମୁଖ୍ୟ ଅତିଥି ପୁରଷ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ଡଙ୍ଗାଛଚା ଗ୍ରାମର ସାବିତ୍ରୀ ମହାନନ୍ଦଙ୍କୁ ଶ୍ରେଷ୍ଠ କମ୍ୟୁନିଟି ମୁବିଲାଇଜର ଭାବେ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସର୍ବୋତ୍ତମ ଗ୍ରମପଞ୍ଚାୟତ ସଙ୍ଘ ଭାବରେ ଗନିଆପାଲି ଗ୍ରାମ ପଞ୍ଚାୟତକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଖଲିଆପାଲି ଗ୍ରମପଞ୍ଚାୟତର ଜି.ପି.ଏଲ ଓ ରୋହିଣୀ ବରିହା ଏବଂ ଦହିତା ଗ୍ରାମପାଞ୍ଚାୟତର ଜି.ପି.ଏଲ ଓ ଭୂମିସୁତା ମେହେର ୨୦୧୮-୨୦୧୯ ବର୍ଷ ପାଇଁ ଗ୍ରାମପାଞ୍ଚାୟତ ସ୍ତରୀୟ ଏକସନ ପ୍ଳାନର ବିବରଣୀ ପ୍ରଦାନ କରିଥିଲେ ।ଦୀନଦୟାଳ ଗ୍ରାମୀଣ ବିକାଶ ଯୋଜନାରେ ଉପକୃତ ହୋଇ ନିଯୁକ୍ତି ପ୍ରାପ୍ତି ହିମାଳୟ ବରିହାଙ୍କ ବାପା ହର ବରିହା ନିଜ ସଫଳ କାହାଣୀ ବର୍ଣ୍ଣନା କରିଥିଲେ । ସଭାପ୍ରାରମ୍ଭରେ ରାଜବୋଡାସମ୍ବର ଗୋଷ୍ଠୀଉନ୍ନୟନ ଅଧିକାରୀ ମଧୁଛନ୍ଦା ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ ।ସଭା ଶେଷରେ ବି.ପି.ଏମ ଲଲିତା ଛୁରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ,ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା,ରାଜବୋଡାସମ୍ବର ବ୍ଳକର ସମସ୍ତ କର୍ମଚାରୀ ଓ ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।
