ମହିଳା ମାନେ କେବଳ ଘରେ ବସି ରହିବାର ଯୁଗ ଶେଷ ହୋଇଚ୍ଥି :ଜିଲ୍ଲାପାଳ

0

 ଦକ୍ଷତାର ବିକାଶ କରି ଆତ୍ମ ନିର୍ଭରଶୀଳ ହେବାକୁ  ଆହ୍ୱାନ 

05-05-18-jajpur-collector.jpg - 55.14 kB

ଯାଜପୁର/Jayshankar Dash : ଦକ୍ଷତା ହିଁ ବିକାଶ । ତେଣୁ ନିଜ ପ୍ରତିଭା ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭରଶୀଳ ହେବାକୁ ଜିଲ୍ଲାପାଳ  ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କଳିଙ୍ଗ ନଗର ସ୍ଥିତ ଆଂଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଚାନ୍ଦୁଆ ଶିଳ୍ପରେ ନିଜକୁ ପ୍ରତିପାଦିତ କରିଥିବା ୩ ଜଣ ମହିଳାଙ୍କୁ ସୈାର ଲଣ୍ଠନ ବଣ୍ଟନ କାଯାଇଥିଲା ।  ଜିଲ୍ଲାପାଳ  ଶ୍ରୀ ଦାସ ଏହି ସୈାର ଲଣ୍ଠନକୁ ପ୍ରଦାନ କରି ଏହାଦ୍ୱାରା ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ। ମହିଳା ମାନେ କେବଳ ଘରେ ବସି ରହିବାର ଯୁଗ ଶେଷ ହୋଇଚ୍ଥି । ଏଣିକି ସେମାନେ ନିଜର ଦକ୍ଷତା ବୃଦ୍ଧି, ଅଳ୍ପ ମାସର ତାଲିମ ନେଇ ପରିବାରକୁ ସାହାଯ୍ୟ କରିପାରିବେ ବୋଲି ଶ୍ରୀ ଦାସ ମତ ଦେଇଥିଲେ । ଦଶରଥପୁର ବ୍ଲକ  ମାର୍କଣ୍ଡପୁରର ରାଜଶ୍ରୀ ମିଶ୍ର, ସୁନିତା ଜେନା ଓ କମଳୀ ଜେନାଙ୍କୁ ଏହି ସୈାର ଲଣ୍ଠନ ପ୍ରଦାନ କରାଯାଇଥିଲା । ଏହି ତାଲିମଧାରୀ ମାନେ ମାର୍କଣ୍ଡପୁର କେନ୍ଦ୍ରରେ ୬ ମାସ ପ୍ରଶିକ୍ଷଣ ନେବାପରେ ବର୍ତ୍ତମାନ ନିଜର ଗ୍ରୁପ ମଧ୍ୟମରେ ଚାନ୍ଦୁଆ କାର୍ଯ୍ୟ କରି ମାସକୁ ପ୍ରାୟ ୭ ରୁ ୮ ହଜାର ଟଂକା ରୋଜଗାର କରିପାରୁଚ୍ଥନ୍ତି ବୋଲି ସୂଚନା ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ କଳିଙ୍ଗ ନଗର ଆଂଚଳିକ ଶିଳ୍ପ କେନ୍ଦ୍ରର ପରିଚାଳକ ମନୋଜ କୁମାର ବେହେରା ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.