ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩ କୋଭିଡ ସଂକ୍ରମିତ ଚିହ୍ନଟ। 

0 2

ଝାରସୁଗୁଡା (ସୁବାଷ ସାହାରେ)  ଝାରସୁଗୁଡ଼ା ଜିଲ୍ଲାରେ ପୁଣି ତିନୋଟି କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଆସିଛି। ଲକ୍ଷ୍ମୀଧର ଏହି ତିନିଜଣ ବାହାର ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ପ୍ରଥମ ଜଣକ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ କି ଗତ ୧୨ ଜୁନରେ ମହାରାଷ୍ଟ୍ରର   ପୁନେରୁ ଆସିଥିଲେ ଏବଂ ତାଙ୍କୁ ଲଖନପୁର ବ୍ଲକର ସମରବଗା ଗ୍ରାମ ପଞ୍ଚାୟତର ଦୁଆନମୁଣ୍ଡା ଟିଏମସିରେ କ୍ବାରେନ୍ଟାଇନରେ ରଖାଯାଇଥିଲା। ୧୯ ଜୁନରେ ତାଙ୍କର ସ୍ବାବ ନମୂନା ସଂଗ୍ରହ କରାଯାଇଥିଲା ଏବଂ ଆଜି ତାଙ୍କ ନମୂନା ପଜିଟିଭ ଥିବା କଥା ସିଡିଏମଓ ନିଶ୍ଚିତ କରିଛନ୍ତି।

ଅନ୍ୟ ଦୁଇଟି ମାମଲା ଲଇକେରା ବ୍ଲକର ଲଇକେରା ହାଇ ସ୍କୁଲ୍ ଟିଏମସିରୁ ଆସିଛି। ସେମାନେ ଗତ ୧୪ ଜୁନରେ ଲଇକେରାକୁ ବିମାନ ଯୋଗେ ରାଜସ୍ଥାନରୁ ଆସିଥିଲେ। ସେମାନଙ୍କ ସ୍ବାବ ନମୂନା ୧୯ ଜୁନରେ ସଂଗ୍ରହ କରାଯାଇଥିଲା ଏବଂ ଆଜି ସେମାନଙ୍କ ସ୍ବାବ ନମୂନା ପଜିଟିଭ ଆସିଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ ଏହି ଦୁଇଜଣ ୨୦ ଓ ୨୧ ବର୍ଷ ବୟସ୍କ ଅଟନ୍ତି।

Leave A Reply

Your email address will not be published.