କରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ। 

0 2

ଝାରସୁଗୁଡା (ସୁବାଷ ସାହାରେ)  ବର୍ତ୍ତମାନ ସମୟରେ କରୋନା ସଂକଟ ସାରା ବିଶ୍ବକୁ ଗ୍ରାସ କରିଛି। ଆମ ଓଡ଼ିଶାରେ ମଧ୍ୟ ୫୦୦୦ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ମାତ୍ର ଅନ୍ୟ ରାଜ୍ୟ ବା ଦେଶ ତୁଳନାରେ ଆମ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅନେକ କମ ଏବଂ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାର ଅନୁପାତ ବେଶୀ। ଏହା ସମ୍ଭବ ହୋଇ ପାରିଛି ସ୍ବାସ୍ଥ୍ୟକର୍ମୀ, ପୋଲିସ, ଅଙ୍ଗନୱାଡ଼ି କର୍ମୀ ତଥା ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ଉଦ୍ୟମ ଯୋଗୁଁ। 

କୋଭିଡ ଯୋଦ୍ଧାଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଆଜି 22 ତାରିଖ ଦିନ ଡି.ଆର.ଡି.ଏ. କନଫରେନ୍ସ ହଲରେ କୋଭିଡ ଯୋଦ୍ଧା ସମ୍ମାନ ସମାରୋହ ଆୟୋଜିତ କରାଯାଇଛି। ଏଥିରେ ୬୮ଟି ଅନୁଷ୍ଠାନକୁ ସମ୍ମାନିତ କରାଗଲା।  ସନ୍ଦୀପ ଅବସ୍ତି, ଆନନ୍ଦିନି ପାଢ଼ୀ ଓ ମହମ୍ମଦ ନାଜିରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୁଶ୍ରୀ  ଦିପାଳି ଦାସ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି।

Leave A Reply

Your email address will not be published.