ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କାରଣ ସାହି ସ୍ଥିତ କବି ଗୋପାଳକୃଷ୍ଣ କୁଟୀର ପରିସରରେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧକ୍ଷତାରେ ନିଡାମ୍ବର ସହକାରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି।

ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ମାକ୍ସ ପରିଧାନ କରି ପରିଷଦର ସଦସ୍ୟ ମାନେ ତଥାକଥିତ ଏନ୍ତୁଡ଼ିଶାଳ ଗୋପାଳକୃଷ୍ଣ କୁଟୀର ରେ ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ଆଲୋଚନା ହୋଇଥିଲା।

ରୀତି ଯୁଗର ମହାନ କାଳଜୟୀ କବି ଗୋପାଳକୃଷ୍ଣଙ୍କ ବହୁମୁଖୀ ପ୍ରତିଭା ଏବଂ ପାରଳାଖେମୁଣ୍ଡିର ଗର୍ବ ଓ ଗୌରବ ଶାସ୍ତ୍ରୀୟ ଭିତ୍ତିରେ ଲିଖିତ ଗୋପାଳକୃଷ୍ଣ ପଦ୍ୟବଳୀ ସମ୍ପର୍କରେ ସାମ୍ୟକ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରଜାନନ୍ଦ ପଟ୍ଟନାୟକ , ହରିମୋହନ ପଟ୍ଟନାୟକ , ବିଚିତ୍ରlନନ୍ଦ ବେବର୍ତ୍ତା, ଜଗନ୍ନାଥ ମିଶ୍ର ,ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ , ବିନୋଦ ଚନ୍ଦ୍ର ଜେନା ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.