ଝାରସୁଗୁଡା /ସୁବାଷ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବ୍ରଜରାଜନଗର ପୌରାଞ୍ଚଳର ଦୁଇଟି ଓ ଝାରସୁଗୁଡ଼ା ପୌରାଞ୍ଚଳରେ ଦୁଇଟି ସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ, ସ୍ବାସ୍ଥ୍ୟ ପରୀକ୍ଷଣ, ସାନିଟାଇଜେସନ ଭଳି କିଛି ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ପ୍ରକାରର ଯାନବାହାନ ଯାତାୟତ ଉପରେ ଉକ୍ତ ସ୍ଥାନ ଗୁଡ଼ିକରେ ସଂପୂର୍ଣ୍ଣ କଟକଣା ଲାଗୁ କରି ଦିଆଯାଇଛି। ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ସେବା ନିମନ୍ତେ ଉଦ୍ଦିଷ୍ଟ ଯାନ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ ଭ୍ୟାନର ଯାତାୟତ କରି ପାରିବ। ବଫର ଜୋନରେ ହୋଲସେଲ ଦୋକାନରୁ ଖୁଚୁରା ଦୋକାନ ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବା ଆଣିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ଥିବା ଯାନଗୁଡ଼ିକ ଯାଇପାରିବେ। ବଫର ଜୋନରେ ଥିବା ହୋଲସେଲ ଦୋକାନମାନ ସକାଳ ୭.୦୦ ଟାରୁ ଦ୍ବିପହର ୧.୦୦ ଟା ପର୍ଯ୍ୟନ୍ତ ଖୋଲା ଯାଇପାରିବ। ମାତ୍ର ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ଦୋକାନ ଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ଖୋଲା ରହିବ।
Sign in
Sign in
Recover your password.
A password will be e-mailed to you.
Prev Post