କ୍ୱାରେଣ୍ଟାଇନରେ ଅଘଟଣ : ଚାଲିଗଲା ତିନିବର୍ଷର ଶିଶୁର ଜୀବନ 

0 2

ଗାଇସିଲେଟ : ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଜଣେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମୄତ ଶିଶୁର ପରିବାର ଦୀର୍ଘ ୧୧ ଦିନ ହେବ ଗାଇସିଲାଟ କ୍ବାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଏହି ପରିବାର ତେଲେଙ୍ଗାନାରୁ ଆସିଥିବା ବେଳେ ସେମାନଙ୍କ କରୋନା ପରୀକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ । ଶିଶୁଟି ଗତକାଲି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ସେ ଚିକିତ୍ସିତ ମଧ୍ୟ ହୋଇଥିଲା। ଗାଇସିଲେଟ ସରପଞ୍ଚ ଙ୍କ କହିବା ଅନୁସାରେ ଶିଶୁଟି ରାତିରେ ଅସୁସ୍ଥ ହେବାରୁ ତାକୁ ଗାଇସିଲେଟ ଚିକିତ୍ସାଳୟକୁ ନିଆଯାଇଥିଲା। ସିଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ଏହାପରେ ମୃତ ଶିଶୁକୁ ତାଳପାଳି ଚିକିତ୍ସାଲୟ କୁ ଅଣା ଯାଇଥିଲା ସେଠାରେ ମୃତ ଶିଶୁର ସ୍ୱାବ ସଂଗ୍ରହ କରାଯାଇଥିଲା । ଘଟଣା ସ୍ଥଳ ତାଲପାଲି ଚିକିତ୍ସାଳୟକୁ ଗାଇସିଲେଟ ତହସିଲଦାର ପୁଷ୍ପକ ପ୍ରଧାନ ଏବଂ ବିଡିଓ ନିରଞ୍ଜନ ସା ପହଞ୍ଚି ବିସ୍ତୃତ ଅନୁସନ୍ଧାନ କେଇଥିଲେ । ଏହୁ ଅଘଟଣ ସମ୍ପର୍କରେ ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ସହ ଯୋଗାଯୋଗ କରିବାରୁ ଘଟଣାକୁ ସ୍ଵୀକାର କରିବା ସହ ସମ୍ପୃକ୍ତ ପରିବାରଙ୍କୁ ସରକାରଙ୍କ ନିୟମ ଅନୁଯାୟି ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି |  

 

Leave A Reply

Your email address will not be published.