ଆଜି ଚିହ୍ନଟ ହେଲେ ୧୪୩ ଜଣ ପଜିଟିଭ 

0 2

ଭୁନନେଶ୍ୱର :   ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୩ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ୧୩୭ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଂଚିଛି | ଏହାବତ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା  ୩,୭୨୦ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୨ .ରେ ପହଂଚିଛି | 

ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୬, ନୟାଗଡରୁ୧୩, ବାଲେଶ୍ୱରରୁ ୧୩, କଟକରୁ ୨୦, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ଗଂଜାମରୁ ୩୨, ସୁନ୍ଦରଗଡରୁ ୧୨, କେନ୍ଦ୍ରାପଡ଼ାରୁ ୧୦,  ସମ୍ବଲପୁରରୁ ୫, ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର ଓ ଅନୁଗୁଳରୁ  ଜଣେ ଲେଖାଏ ଓ ଏନଡିଆରଏଫ କର୍ମଚାରୀ ୨ ଜଣ  ସାମିଲ |     

Leave A Reply

Your email address will not be published.