ଟିଟିଲାଗଡ (ଗୌରବ ଦର୍ଜି)-ଋତୁ ପରିବର୍ତ୍ତନ ହୁଏ କିନ୍ତୁ ଟିଟିଲାଗଡ ର ବିଦ୍ୟୁତ୍ ସମସ୍ୟା ପରିବର୍ତ୍ତନ ହୁଏ ନାହିଁ, କେବଳ ସମସ୍ୟାର କାରଣ ବଦଳି ଥାଏ। ଗ୍ରୀଷ୍ମ ଋତୁରେ କାରଣ ହୋଇଥାଏ ବିଦ୍ୟୁତ୍ ର ଅତ୍ୟଧିକ ବ୍ୟବହାର ଯୋଗୁଁ କ୍ଷମତା କମ୍ ହୋଇଯିବ । ବର୍ଷା ଋତୁରେ ପବନ , ବର୍ଷା, ଓ ତାର ଛିନ୍ଦିବା। ସେହିପରି ଶୀତ ଋତୁରେ ବିଜୁଳି କଟ ହେଲେ ବିଭାଗୀୟ କର୍ମଚାରୀ କହନ୍ତି କେସିଙ୍ଗା ରୁ ବିଜୁଳି କାଟ୍ ହୋଇଛି। କିନ୍ତୁ ତାହା କେତେ ଦୂର ସତ ଭଗବାନ ହିଁ ଜାଣିଥିବେ । ଟିଟିଲାଗଡ ରେ ବିଦ୍ୟୁତ୍ ସମସ୍ୟା ଲୋକଙ୍କ ମୁଣ୍ଡ ବ୍ୟଥା ଚରମ ସୀମା ରେ। ଅଘୋଷିତ ବିଦ୍ୟୁତ୍ କାଟ ଏହି ଅଞ୍ଚଳ ରେ ସାମାନ୍ୟ ହେଲାଣି। ଟିଟିଲାଗଡ ର କୌଣସି ଗୋଟିଏ ସ୍ଥାନ ରେ ବିଦ୍ୟୁତ୍ ସଂଯୋଗିକରଣ ରେ ସମସ୍ୟା ହେଲେ କିମ୍ବା ତାର ଛିଣ୍ଡିଲେ ପୁରା ସହର ର ବିଦ୍ୟୁତ୍ କାଟ କରାଯାଉଛି ବୋଲି ଅଭିଯୋଗ ହେଉଛି। ଗୋଟିଏ ପଡା ର ଟ୍ରଂସଫର୍ମୋର୍ ଖରାପ୍ ହେଲେ ତାହା ପୁରା ଟିଟିଲାଗଡ ବାସୀଙ୍କୁ ସମସ୍ୟା ଭୋଗି ବାକୁ ପଡୁଛି ବୋଲି ଚର୍ଚ୍ଚା ରେ ରହିଛି। ସାମାନ୍ୟ ବର୍ଷା କିମ୍ବା ସାମାନ୍ୟ ରୁ ଟିକିଏ ଅଧିକ ପବନ ହେଲେ ବିଦ୍ୟୁତ୍ ଚାଲିଯିବା କଥା ଲୋକେ ଭଲ ଭାବରେ ଜାଣି ସାରିଲେଣି ବୋଲି କହିଛନ୍ତି। ଯେଉଁ ସ୍ଥାନରେ ଯେତେ ପରିମାଣ ର ଟ୍ରଂସଫର୍ମୋର୍ ଲଗାଯିବ କଥା ତା ଠୁ କମ୍ ପରିମାଣ ର ଲଗାଯାଇଥିବା ରୁ ସମସ୍ୟା ବଢୁଥିବା ଲୋକେ କଥାବାର୍ତା ହେଉଛନ୍ତି। ବିଜୁଳି ବିଭାଗ ର ଟିଟିଲାଗଡ ଜନତାଙ୍କ ପ୍ରତି ଅବହେଳିତ ବ୍ୟବହାର ଲୋକଙ୍କୁ ସର୍ବାଧିକ କଷ୍ଟ ଦେବା କହିଛନ୍ତି। ଟିଟିଲାଗଡ ର ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଏହି ସମସ୍ୟା କିଛି ଗୁରୁତ୍ବ ପୂର୍ଣ୍ଣ ହେଉ ନଥିବା ବେଳେ ମଧ୍ୟବିତ୍ତ ପରିବାରର ମୁଖ୍ୟ ସମସ୍ୟା ପାଲଟିଛି। କେବଳ ଏତିକି ନୁହେଁ , ସହର ସାରା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଗୁଡିକରେ ବିଦ୍ୟୁତ୍ ତାର ଏମିତି ଛନ୍ଦା ଛନ୍ଦି ହୋଇ ଅଛି ଯେମିତି ବୁଢିଆଣୀ ଜାଲ ତିଆରି କରିଛି। ସେହି ତାର ଗୁଡ଼ିକ ମଝିରେ ପକ୍ଷୀ ମାନେ ବସା ତିଆରି କରିଛନ୍ତି। ଯାହା ଫଳରେ ଟିକିଏ ସଟ୍ ସର୍କିଟ ହେଲେ ବସା ଗୁଡ଼ିକ ଜାଳିବା ସହ ଘର କୁ କନେକ୍ସନ୍ ଯାଇଥିବା ତାର ମଧ୍ୟ ଜଳୁଛି। ଏପରି ସ୍ଥାନରେ ବିଜୁଳି ବିଭାଗ କର୍ମଚାରୀ ଜଣକ ଘର ତାର କାଟି କାମ କରିବା ବଦଳ ରେ ଛନ୍ଦାଛନ୍ଦି ମଝି ରେ ଅନ୍ୟ ଜଣକ ଘର ତାର କାଟି ପକାଉଥିବା ଜନସାଧାରଣ ରେ ଚର୍ଚ୍ଚା ଟା ବିଷୟ ହୋଇଛି। କେତେକ ସ୍ଥାନ ରେ ରାସ୍ତା ର କୋଟିଏ କଡ ରୁ ଅନ୍ୟ କଡ ପର୍ଯ୍ୟନ୍ତ ତାର ଯିବା ମଧ୍ୟ ରେ ତାର ତଳକୁ ଖସି ଯାଇଛି ଯାହା ଫଳରେ ବଡ଼ ବଡ଼ ଟ୍ରକ୍ ଓ ବସ୍ ରେ ଲାଗି ଯିବା ସମ୍ଭାବନା ରହିଥିବା ଅଭିଯୋଗ ହେଉଛି। ଟିଟିଲାଗଡ ରେ ବିଦ୍ୟୁତ୍ ସମସ୍ୟା ଜନସାଧାରଣ ଙ୍କ ପାଇଁ ଏକ ଉତ୍କଟ ସମସ୍ୟା ପାଲଟିଛି। ଏହା ଉପରେ ବିଜୁଳି ବିଭାଗ ସମସ୍ୟା ର ସମାଧାନ ନ କରନ୍ତି ତେବେ ଜନତାଙ୍କ ଆକ୍ରୋଶ ଉଚିତ୍ ଶିକ୍ଷା ଦେବ ବୋଲି ବୁଦ୍ଧଜୀବୀମାନେ ଚର୍ଚ୍ଚା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post