ବାରିପଦା(ଦିଲ୍ଲୀପ ମହାନ୍ତି )- ବିଳମ୍ବରେ ହେଲେ ମଧ୍ୟ ଶେଷରେ ବାରିପଦା ବ୍ଲକର ବିବାଦୀୟ ବିଡ଼ିଓ ସରୋଜ କୁମାର ଦାଶ ବଦଳିଲେ । ଜୁନ ୧୯ରେ ବିଡ଼ିଓ ଶ୍ରୀଦାଶ ଆକୁଳ ଚନ୍ଦ୍ର ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବାର ଜଣାପଡ଼ିଛି । ସେହିପରି ବାରିପଦା ପୌର ପରିଷଦର ଅତିରିକ୍ତ ଦାୟିତ୍ୱ ମଧ୍ୟ ବିଡ଼ିଓ ଶ୍ରୀନାଏକଙ୍କୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୭୮୪୦/୨୮.୦୪.୨୦୨୦ ବିଜ୍ଞପ୍ତି ଅନୁସାରେ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବିର୍ଶା ବ୍ଲକ ବିଡ଼ିଓ ଭାବେ ବଦଳି କରାଯିବା ସଂଗେସଂଗେ ୦୫.୦୫.୨୦୨୦ ପୂର୍ବାହ୍ନଠାରୁ ସେଣ୍ଟ୍ରାଲଲି ରିଲିଫ କରାଯାଇ ୦୮.୦୫.୨୦୨୦ରେ ସୁନିଶ୍ଚିତ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଏହାପରେ ସେହି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୯୭୮୩/୧୧.୦୬.୨୦୨୦ ଆଦେଶ ନାମା ଅନୁସାରେ ଆକୁଳଚନ୍ଦ୍ର ନାଏକ ବାରିପଦା ବ୍ଲକ ବିଡ଼ିଓ ଦାୟିତ୍ୱ ଗ୍ରହଣ କରିଥିବା ନିମନ୍ତେ ଜାରି କରାଯାଇଥିବା ଆଦଶେନାମା ଅନୁସାରେ ଶ୍ରୀନାଏକ ବାରିପଦାରେ ପହଁଞ୍ଚି ଶ୍ରୀଦାଶଙ୍କ ନିକଟରୁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ, ଓଏଏସ୍ ସରୋଜ କୁମାର ଦାଶ ବାରିପଦା ବ୍ଲକର ବିଡ଼ିଓ ଭାବେ ୨୦୧୭ ମେ ୪ରେ ଦାୟିତ୍ୱ ଭାର ଗ୍ରହଣ କରିବା ସହିତ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂହଙ୍କ ବଦଳି ପରେ ୨୦୧୮ ଜୁନ ୧୪ଠାରୁ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଆସୁଥିଲେ । ଏହି ସମୟରେ ବାରିପଦା ବ୍ଲକ ଓ ପୌରପରିଷଦରେ ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ନେଇ ଦିନକୁ ଦିନ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ । ବାରିପଦା ବ୍ଲକର ବିଭିନ୍ନ ପିଏସ ସଦସ୍ୟମାନଙ୍କ ଅଭିଯୋଗ ଆଧାରରେ ବିଡ଼ିଓ ଶ୍ରୀଦାଶ ବ୍ଲକରେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳ କାର୍ଯ୍ୟରେ ବାଧକ ସାଜିଛନ୍ତି । ସେହିପରି ବ୍ଲକରେ କରୋନା ମୁକାବିଲା କ୍ଷେତ୍ରରେ ବିଫଳ ହୋଇଥିବାର ସଙ୍ଗୀନ ଆରୋପ ରହିଥିଲା ।
Sign in
Sign in
Recover your password.
A password will be e-mailed to you.