http://www.youtube.com/watch?v=h55wTgBFTAs
ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଲା ଶୁଭାରମ୍ଭ
• ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କଲେ ପଞ୍ଚାୟତିରାଜ,ପାନୀୟ ଜଳ, ନଗରଉନ୍ନୟନଓ ଗୃହନିର୍ମାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା
• ଓଡିଶା ସମେତ ୬ଟି ରାଜ୍ୟର ୧୧୬ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ୧୨୫ ଦିନର କାମ ଦେବା ଯୋଜନାର ଲକ୍ଷ୍ୟ
• ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି
ନୂଆଦିଲ୍ଲୀ (ଏସପିବି) : ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁଭାରମ୍ଭ ହୋଇଛି ଗରିବ କଲ୍ୟାଣ ରୋଜଗାର ଅଭିଯାନ | ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ,ପାନୀୟ ଜଳ, ନଗରଉନ୍ନୟନଓ ଗୃହନିର୍ମାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । କୋଭିଡ-୧୯ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ 6ଟି ରାଜ୍ୟର 116 ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ପାଳନ ପୂର୍ବକ ଯୋଗଦେଇଥିଲେ |
ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ ପ୍ରାରମ୍ଭିକ ସୂଚନା ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରେ ଉପସ୍ଥିତ ଥିବା ଜିଲ୍ଳାଧିକାରୀ, ଗ୍ରାମମୁଖିଆଓ ହିରାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ | ତାପରେ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଭରଚୁଏଲ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ | ୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ । ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି । ପ୍ରାୟ 25 ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ ଟି ରାଜ୍ୟରୁ ମୋଟ ୧୧୬ ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି ।
ଆଜି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଓଡିଶା ତରଫରୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ଏହି ଭରଚୁଏଲ ମାଧ୍ୟମରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ,ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଡି କେ ସିଂ ଓ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ |